www.samajalive.in
Saturday, December 6, 2025
15.1 C
Bhubaneswar

ବିଦ୍ୟୁତ ଆଘାତରେ ଯୁବକ ମୃତ

ହରଭଙ୍ଗା :ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନର୍ସରୀ ସାହିରେ ଶୁକ୍ରବାର ସକାଳେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ଜଣଙ୍କ ହେଲେ ଚାରିଛକ ନର୍ସରୀ ବସ୍ତିର ବାପି ବେହେରା (୩୯) ବୋଲି ସୂଚନା ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ବାପି ଘରେ ପୂଜା କରିବାକୁ ଯାଉଥିଲେ। ଘର ଅନ୍ଧାରଥିବାରୁ ଲାଇଟ ସୁଇଚ ମାରିବା ସମୟରେ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହରଭଙ୍ଗା ଅଗ୍ନିଶମ ବାହିନୀ ସହାୟତାରେ ପ୍ରଥମେ ପୁରୁଣା କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ବୌଦ୍ଧ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଛେଦ କରାଇଥିଲେ। ଏ ନେଇ ପୁରୁଣାକଟକ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ତଦନ୍ତକାରୀ ଅଫିସର ବବିତା ସାହାଣୀ ସୂଚନା ଦେଇଛନ୍ତି। ମୃତ ବାପିଙ୍କ ପତ୍ନୀ ସହ ଦୁଇ ପୁଅ ଏବଂ ଗୋଟିଏ ଝିଅ ଥିବା ଜଣାପଡିଛି। ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି।

ରାଷ୍ଟ୍ରୀୟ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସରେ ଚିତ୍ରକୋଣ୍ଡା ବିଧାୟକଙ୍କ ବୃକ୍ଷରୋପଣ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories