www.samajalive.in
Sunday, December 7, 2025
26.1 C
Bhubaneswar

ଡକାୟତି ପରେ ବୋମାମାଡ଼ ମାମଲାରେ ୩ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ଫୁଲବାଣୀ: ୨୦୧୨ ମସିହାରେ ସଂଘଠିତ ଏକ ଡକାୟତି ଏବଂ ବୋମାମାଡ଼ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଦୀର୍ଘ ୧୨ ବର୍ଷ ପରେ ଅତିରିକ୍ତ ଜିଲା ଜଜ୍‌ ୩ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ଜିଲା ଜଜ୍‌ ମୁନରାଣୀ ମିଶ୍ରଙ୍କ ଇଜିଲାସରେ ହୋଇଥିବା ଶୁଣାଣିରେ ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ରାୟ ପ୍ରକାଶ କରାଯିବା ସହିତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦିଆଯାଇଛି। ଡକାୟତି ମାମଲାରେ ଅଭିଯୁକ୍ତମାନେ ଖଲାସ ହୋଇଥିଲେ ମଧ୍ୟ ବିସ୍ଫୋରକ ଦ୍ରବ୍ୟ ବ୍ୟବହାର ମାମଲାରେ ଏହି ଦଣ୍ଡାଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡାଦେଶ ପାଇଁ ମଧ୍ୟ ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଦଣ୍ଡାଦେଶ ପାଇଥିବା ୩ ଅଭିଯୁକ୍ତ ହେଲେ ଦଶପଲ୍ଲା ଥାନା ଅଞ୍ଚଳର ମୁସଲିମ୍‌ ସାହିର ମୁମତାଜ ଅଲ୍ଲୀ(୪୨), ଢିଲାବାଲି ଅଞ୍ଚଳର ଚନ୍ଦନେଶ୍ୱର ନାୟକ(୪୬) ଏବଂ ମର୍ଦ୍ଦାବାଡ଼ି ଅଞ୍ଚଳର ଶରତ ନାୟକ (୫୧)।

ମାମଲା ବିବରଣୀରୁ ମିଳିଥିବା ସୂଚନା ଅନୁସାରେ, ୨୦୧୨ ମାର୍ଚ୍ଚ ୧୯ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ସଦରଥାନା ଅନ୍ତର୍ଗତ ଜକ୍ରେୁଜୁ ଗ୍ରାମରେ ୩ ଅଭିଯୁକ୍ତ ସମେତ ଅନ୍ୟ ୪ ଜଣ ଏକ ବୋଲେରୋ ଗାଡ଼ିରେ ଆସି ପଦ୍ମଚରଣ ଗଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କଠାରୁ ସୁଚା ଚେନ୍‌ ଓ ନଗର ୧୦ ଜହାର ଟଙ୍କା ଡ଼କାୟତି କରି ନେଇ ଚାଲିଯାଇଥିଲେ । ଯିବା ସମୟରେ ସେମାନେ ଗାଁ ଦାଣ୍ଡରେ ଦୁଇଟି ବୋମାମାଡ଼ କରିଥିଲେ। ଏଥିରେ  ଗ୍ରାମର ତିନିଜଣ ଆହତ ହେବା ସହିତ ଅଭିଯୁକ୍ତ ଚନ୍ଦନେଶ୍ୱର ନାୟକର ମଧ୍ୟ ହାତ ପାପୁଲି ଛିଡ଼ି ଯାଇଥିଲା।  ତୁରନ୍ତ ଗ୍ରାମବାସୀ ଏକତ୍ରିତ ହୋଇ ସମସ୍ତ ଅଭିଯୁକ୍ତମାନଙ୍କୁ ଘେରାଉ କରିବା ସହିତ ସେମାନଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଶିବ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories