www.samajalive.in
Saturday, December 13, 2025
23.1 C
Bhubaneswar

କେନ୍ଦୁଝର ନର୍ସିଂ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ

କେନ୍ଦୁଝରଗଡ: କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋସ୍ଥିତ ଇଂ ବସନ୍ତ କୁମାର ଦାନୀଙ୍କ ପ୍ରତିଷ୍ଠିତ କେନ୍ଦୁଝର ନର୍ସିଂ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ସପ୍ତାହେବ୍ୟାପୀ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ, ରଙ୍ଗୋଲୀ, ପୋଷ୍ଟର ଓ ପତ୍ରିକା ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଛାତ୍ରୀମାନେ ନିକଟସ୍ଥ ଗ୍ରାମ ପରିକ୍ରମାରେ ଯାଇ ସ୍ତନ୍ୟପାନର ଉପକାରିତା ସମ୍ପର୍କରେ ମା’ମାନଙ୍କୁ ସଚେତନ କରିଥିଲେ। ଗୁରୁବାର ଉଦ୍‌‌ଯାପନୀ ସମାରୋହରେ ଅନୁଷ୍ଠାନର ଚେୟାରମ୍ୟାନ ଇଂ.ବସନ୍ତ କୁମାର ଦାନୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନର ଆବଶ୍ୟକତା ସମ୍ପର୍କରେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପରିଚାଳକ ଚୋଡଗଙ୍ଗଦେବ ଦାନୀ, ପ୍ରଶାସନିକ ଅଧିକାରୀ ଇଂ ବିଭୁତିଭୂଷଣ ସାହୁ, ନର୍ସିଂ ଅଧ୍ୟକ୍ଷା ରିତୁପର୍ଣ୍ଣା ପ୍ରିୟଦର୍ଶିନୀ, ଫାର୍ମାସୀ କଲେଜ ଅଧ୍ୟକ୍ଷ ତରଣୀକାନ୍ତ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବଜାତକ ଶିଶୁ ପାଇଁ ମା’କ୍ଷୀର ଅମୃତ ସଦୃଶ୍ୟ ହୋଇଥିବାରୁ ଶିଶୁ ମାନଙ୍କୁ ମା’ କ୍ଷୀରରୁ ଯେଭଳି ବଞ୍ଚିତ କରାନଯାଏ ସେଥିପ୍ରତି ମା’ମାନଙ୍କୁ ଅଧିକରୁ ଅଧିକ ସଚେତନତା କରାଯିବା

ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories