www.samajalive.in
Saturday, December 13, 2025
26.1 C
Bhubaneswar

୮ ରାଜ୍ୟରେ ବିଜେପି ପ୍ରଭାରି ନିଯୁକ୍ତ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହା ୮ଟି ରାଜ୍ୟରେ ଦଳର ପ୍ରଭାରି ଓ ସହ ପ୍ରଭାରି ନିଯୁକ୍ତ କରିଛନ୍ତି। ନିଯୁକ୍ତି ସୂଚନା ଅନୁଯାୟୀ ରେଳମନ୍ତ୍ରୀ ପୀୟୂଷ ଗୋଏଲ ଓ ବିଜେପି ବିଧାୟକ ସିଟି ରବିଙ୍କୁ ତାମିଲନାଡୁ, ପଣ୍ଡିଚେରୀ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ପାଇଁ ପ୍ରଭାରି ନିଯୁକ୍ତ କରିଛନ୍ତି। ଉତ୍ତରପ୍ରଦେଶ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। କର୍ଣ୍ଣାଟକ ପାଇଁ ଜାତୀୟ ସାଧାରଣ ସମ୍ପାଦକ ମୁରଲୀଧର ରାଓ ଓ ବିଧାୟକ କିରଣ ମହେଶ୍ବରୀ। ତ୍ରିପୁରା ଓ ଜାମ୍ମୁ-କାଶ୍ମୀର ପାଇଁ ଅବିନାଶ ରାୟ ଖାନ୍ନା। ଦିଲ୍ଲୀ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜୟରାମ ସିଂହ ପୱାଡା। ଗୁଜରାଟର ନେତା ଗୋର୍ଦ୍ଧନ ଝାପାଡିଆଙ୍କୁ ଉତ୍ତରପ୍ରଦେଶର ସହ ପ୍ରଭାରି ନିଯୁକ୍ତ ଦିଆଯାଇଛି। ଉତ୍ତରପ୍ରଦେଶ ପାଇଁ ମୋଟ ୬ଜଣ ସହ ପ୍ରଭାରି ନିଯୁକ୍ତ ହୋଇଛନ୍ତି। ନଡ୍ଡା ଉତ୍ତରପ୍ରଦେଶ ପାଇଁ ମୁଖ୍ୟ ପ୍ରଭାରି ଭାବେ କାର୍ଯ୍ୟ କରିବେ। ଏହା ପୂର୍ବରୁ ଅନ୍ୟ ୧୭ଟି ରାଜ୍ୟ ପାଇଁ ବିଜେପି ପ୍ରଭାରି ଓ ସହ ପ୍ରଭାରି ନିଯୁକ୍ତ କରିସାରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories