www.samajalive.in
Saturday, December 13, 2025
21.1 C
Bhubaneswar

ଖୁବଶୀଘ୍ର ଉପଭୋକ୍ତା ପାଇବେ କୋରାପୁଟର ଜୈବିକ ଉତ୍ପାଦ

ଡେସ୍କ: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର ପକ୍ଷରୁ କୋରାପୁଟ ଲକ୍ଷ୍ମୀପୁରସ୍ଥିତ ବିପିକେପି କ୍ଲଷ୍ଟର ଏଫ୍ଆଇଏସି ସୌଧରେ ସହଭାଗୀ ଗ୍ୟାରେଣ୍ଟି ବ୍ୟବସ୍ଥା(ପିଜିଏସ୍) ଉପରେ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଆରଆରଟିଟିଏସର ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ।

ଉଦଘାଟନୀ ଦିବସରେ ଭୁବନେଶ୍ୱର ସ୍ଥିତ ଆରସିଓଏନଏଫର ସହକାରୀ ନିର୍ଦ୍ଦେଶକ ଏସ୍ ଆର୍ ଇଙ୍ଗଲେ ପିଜିଏସ୍ ପ୍ରମାଣିକୃତ ଏବଂ ଜୈବିକ କୃଷିରେ ଏହାର ଗୁରୁତ୍ୱ ଉପରେ ପ୍ରଶିକ୍ଷଣ ଦେଇଥିଲେ। କୋରାପୁଟରେ ୧୦୦୦ ହେକ୍ଟର ପରିମିତ ଅଞ୍ଚଳରେ ୫୦ଟି କ୍ଲଷ୍ଟରର ୧୦୦୦ରୁ ଅଧିକ ଚାଷୀ ୨୦୨୨ରୁ ପିଜିଏସ୍ ବ୍ୟବସ୍ଥାରେ ପଞ୍ଜିକୃତ ହୋଇଛନ୍ତି ଏବଂ ବର୍ତ୍ତମାନ ସେମାନେ ସଂଯୋଜନାର ତୃତୀୟ ବର୍ଷରେ ଅଛନ୍ତି ଏବଂ ଜୈବିକ ପଦ୍ଧତିରେ ଉତ୍ପାଦିତ ଫସଲରୁ ସେମାନଙ୍କର ବ୍ରାଣ୍ଡ୍ ପ୍ରତିଷ୍ଠା କରିବାର ସୁଯୋଗ ରହିଛି।

- Advertisement -

ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏଡିଏ କାହ୍ନୁ ଚରଣ ଦାସ, ଏଡିଓ ଏମ୍ ପ୍ରକାଶ ରାଓ, ଏଡିଏ ଡ. ଶୁଭଶ୍ରୀ ବନ୍ଦିତା, ସହକାରୀ ନିର୍ଦ୍ଦେଶକ ଡ. ପର୍ଶୁରାମ ଶିଆଳ ଓ ବିଏଓ ସୂର୍ଯ୍ୟକାନ୍ତ ନାୟକ ଜୈବିକ କୃଷି ଓ ଜୈବିକ ପ୍ରମାଣିକୃତ ଉତ୍ପାଦ ପାଇଁ ପ୍ରୋତ୍ସାହନ ଓ ସଚେତନତା ସୃଷ୍ଟି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସିମଫେଡ୍ ପ୍ରତିନିଧି ମଙ୍ଗରାଜ ସ୍ୱାଇଁ ଓ ଅନିତାଙ୍କ ସମେତ ଏଡିଓ ସର୍କଲର ବିଭିନ୍ନ ବ୍ଲକରୁ ୨୦ରୁ ଅଧିକ ପ୍ରତିଯୋଗୀ ଯୋଗ ଦେଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories