www.samajalive.in
Friday, December 5, 2025
20.1 C
Bhubaneswar

ଜଳମଗ୍ନ ରାଜସ୍ବ ବିଭାଗର କାର୍ଯ୍ୟାଳୟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି କାର୍ଯ୍ୟାଳୟକୁ ଲାଗି ରହିଛି ଅତାବିରା ରାଜସ୍ବ ବିଭାଗର କାର୍ଯ୍ୟାଳୟ। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ଏହି କାର୍ଯ୍ୟାଳୟର ଜଳ ନିଷ୍କାସିତ ହୋଇ ନ ପାରି ଚାରି ପାର୍ଶ୍ଵରେ ପ୍ରାୟ ଦୁଇଫୁଟ ପାଣି ଜମି ରହିଛି। ଫଳରେ କାର୍ଯ୍ୟାଳୟକୁ ଲାଗି ରହିଥିବା ଅନ୍ୟ ମାନଙ୍କ ଘରର ପାଚେରୀ ଦୁର୍ବଳ ହୋଇ ଭାଙ୍ଗି ଯିବାର ସମ୍ଭାବନା ଦେଖା ଦେଉଛି। ଏହି କାର୍ଯ୍ୟାଳୟର ପାଚେରି ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଅନ୍ୟ ମାନଙ୍କ ଘର କାନ୍ଥକୁ ଲାଗି ଗାତ ଖୋଳାଯାଇଛି। କିନ୍ତୁ କାମ ଆରମ୍ଭ ନ ହୋଇ ଦୀର୍ଘ ଦିନ ହେଲା ଏମିତି ପଡ଼ି ରହିଛି। ଉକ୍ତ ଗାତ ମାନଙ୍କରେ ପାଣି ଜମି ରହି ପାର୍ଶ୍ଵ ଘର ପ୍ରତି ବିପଦ ସୃଷ୍ଟି କରୁଛି । ଏଣୁ କାର୍ଯ୍ୟାଳୟ ଆଖପାଖରେରେ ରହୁଥିବା ଲୋକେ ଏ ନେଇ ଚିନ୍ତିତ ହୋଇ ପଡିଛନ୍ତି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ଲୋକେ ଦାବି କରିଛନ୍ତି।

ଭାଲୁ ଆକ୍ରମଣରେ ଜଣେ ଆହତ, ଜଣେ ଗୁରୁତର 

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories