www.samajalive.in
Saturday, December 6, 2025
23.1 C
Bhubaneswar

ବିନେଶ ଅଯୋଗ୍ୟ ଘୋଷିତ; ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି, ଟୁଇଟ କରି ମୋଦୀ କହିଲେ . . .

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତର କିସ୍ତିଯୋଦ୍ଧା ବିନେଶ ଫୋଗତଙ୍କୁ ଲାଗିଛି ଶକ୍ତ ଝଟକା। ଧାର୍ଯ୍ୟ ସୀମାଠାରୁ ସେ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଆଜି ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାଫଳରେ ବିନା ପଦକରେ ସ୍ୱଦେଶ ଫେରିବେ ବିନେଶ। ତେବେ ବିନେଶଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସେମି ଫାଇନାଲ ମ୍ୟାଚରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲେ ବିନେଶ। ଏହାପରେ ରାତିରେ ସେ ଯାହା ଡାଏଟ ନେଇଥିଲେ ସେଥିରେ ତାଙ୍କର ଓଜନ ବୃଦ୍ଧି ହୋଇଥିବା ବିନେଶ ନିଜେ ଓ ତାଙ୍କ କୋଚ ଜାଣିପାରିଥିଲେ। ଏହାପରେ ରାତି ସାରା ଓଜନ କମ କରାଇବା ପାଇଁ ବ୍ୟାୟାମ କରିଥିଲେ। ଫଳରେ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା। ଏଥିାପଇଁ ବିନେଶଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭତ୍ତି କରାଯାଇଛି।

- Advertisement -

ବିନେଶ ଅଯୋଗ୍ୟ ଘୋଷତି ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଆଶ୍ୱସନା ଦେଇଛନ୍ତି। ମୋଦୀ କହିଛନ୍ତି ‘ବିନେଶ ଆପଣ ଚାମ୍ପଆନ୍‌‌। ସବୁ ଭାରତୀୟଙ୍କ ପାଇଁ ଆପଣ ଗର୍ବ, ମୋ ପାଖରେ ଶଦ୍ଧ ନାହିଁ ବୟାନ କରିବାକୁ। ବର୍ତ୍ତମାନ ସମୟ ଆପଣଙ୍କ ପାଇଁ ଚ୍ୟାଲେଞ୍ଜ, ହେଲେ ଏଥିରୁ ବାହାରି ଆହୁରି ମଜବୁତ ହେବେ।
ସୂଚନାଯୋଗ୍ୟ ମଙ୍ଗଳବାର ସେମିଫାଇନାଲରେ ୫୦ କିଲୋ ମହିଳା କୁସ୍ତି ବର୍ଗରେ ସେ କ୍ୟୁବାର ଗୁଜମାନ ଲୋପେଜଙ୍କୁ ୫-୦ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଆଜି ରାତି ୧୨ଟା ୩୦ରେ ଫାଇନାଲ ମ୍ୟାଚ ଖେଳିଥାନ୍ତେ ବିନେଶ। ଫାଇନାଲରେ ସ୍ୱର୍ଣ୍ଣ ଜିତିବା ନେଇ ସେ ମାଙ୍କୁ ଭିଡ଼ିଓ କଲ କରି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

 

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories