www.samajalive.in
Saturday, December 13, 2025
26.1 C
Bhubaneswar

ଅଲିମ୍ପିକ୍ସ ହକି ସେମିରେ ଭାରତ ପରାସ୍ତ; ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ସ୍ପେନ୍ ସହ ମୁକାବିଲା

ପ୍ୟାରିସ୍ : ଦୀର୍ଘ ୪୪ ବର୍ଷ ପରେ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ଭାରତୀୟ ପୁରୁଷ ହକି ଦଳ ଯେଉଁ ଆଶା ରଖିଥିଲା , ତାହା ମଉଳି ଯାଇଛି। ମଙ୍ଗଳବାର ପ୍ୟାରିସ୍ ଅଲିମ୍ପିକ୍ସରେ ସେମିଫାଇନାଲରେ ଭାରତକୁ ୩-୨ ଗୋଲରେ ଜର୍ମାନୀ ପରାସ୍ତ କରିଛି। ବ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିଲା ଏବଂ ଉଭୟ ଦଳ ଆକ୍ରମଣାତ୍ମକ ହକି ଖେଳିଥିଲେ। ସ୍କୋର୍ ୨-୨ ଥିବାବେଳେ ୫୪ ମିନିଟରେ ମାର୍କେ ମିଲଟକାଉ ଗୋଲ ଦେଇ ଭାରତକୁ ନିରାଶ କରିଛନ୍ତି। କ୍ରମାଗତ ୨ୟ ଅଲିମ୍ପିକ୍ସରେ ଭାରତ କାଂସ୍ୟ  ପାଇଁ ଖେଳିବ। ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ  ଭାରତ ୩୧ ବର୍ଷ ପରେ କାଂସ୍ୟ ଜିତିଥିଲା। ଏଥର କାଂସ୍ୟ ପଦକ ପାଇଁ ଭାରତ ସ୍ପେନ୍ ବିପକ୍ଷରେ ଖେଳିବ। ଆକ୍ରମଣାତ୍ମକ ଢଙ୍ଗରେ ଭାରତ ଖେଳ ଆରମ୍ଭ କରିଥିଲା। ଭାରତକୁ କ୍ରମାଗତ ୨ଟି ପେନାଲଟି କର୍ଣ୍ଣର ମିଳିଥିଲା। ହେଲେ ଏହା ନିଷ୍ଫଳ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories