www.samajalive.in
Friday, December 5, 2025
17.1 C
Bhubaneswar

ଏବିଭିପି ପକ୍ଷରୁ ମନ୍ଦିରରେ ସେବାକାର୍ଯ୍ୟ

ଫୁଲବାଣୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲା ତରଫରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲାର ଚକାପାଦଠାରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା, ସାମାଜିକ ଓ ଏକ ଦାୟିତ୍ବବାନ ଛାତ୍ର ସଂଗଠନ ହିସାବରେ ଏବିଭିପି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ସୋମବାରରେ ଚକାପାଦକୁ ଆସୁଥିବା କାଉଡ଼ିଆ ଭକ୍ତଙ୍କ ପ୍ରାଥମିକ ଚିକିତ୍ସା କରିବା ସହ ମନ୍ଦିର ସଫେଇ କାର୍ଯ୍ୟ କରି ଆସୁଅଛି। ଚଳିତ ବର୍ଷ ମଧ୍ୟ ଏବିଭିପି ତାର ସଫେଇ ଏବଂ ସେବାକାର୍ଯ୍ୟ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗକ୍ରମେ ସୂଚାର ରୂପେ ସମ୍ପୂର୍ଣ୍ଣ କରି ହଜାର ହଜାର ସଂଖ୍ୟାରେ ଆସିଥିବା କାଉଡ଼ିଆଙ୍କୁ ସେବା ଯୋଗାଇବାରେ ସଫଳ ହୋଇଛି। ଏଥିରେ ଗଂଜାମ ବିଭାଗ ସହ ସଂଯୋଗ ରୁଦ୍ର ପ୍ରସାଦ ସେଠୀ, କନ୍ଧମାଳ ଜିଲା ସହ ସଂଯୋଜକ ଆଶୁତୋଷ ବେହେରା, ଗଂଜାମ ବିଭାଗ ଆରକେଏମ ସଂଯୋଜକ ତ୍ରିଲୋଚନ ଗଣ୍ଡା, ଟିକାବାଲି ନଗର ସୋସିଆଲ ମିଡ଼ିଆ ସଂଯୋଜକ ଆଲୋକ ସାହୁ, ଛାତ୍ରୀ କାର୍ଯ୍ୟକର୍ତ୍ତା ସୁନେଖା କହଁର, ଆଳିଷା ମଲ୍ଲିକ, ରାଜଲକ୍ଷ୍ମୀ ପ୍ରଧାନ ଓ କନ୍ଧମାଳ ଜିଲା ପୂର୍ବତନ କନ୍ଧମାଳ ଜିଲା ସଂଯୋଜକ ଦିବ୍ୟ ରଞ୍ଜନ ଡାକୁଆ, ଜ୍ଞାନ ରଂଜନ ଦାଶ ପ୍ରମୁଖ କାଯ୍ୟକର୍ତ୍ତା ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିବା ସହ ସେବା କାର୍ଯ୍ୟକୁ ସଫଳ କରିବାରେ ସହାୟକ ହୋଇଥିଲେ। ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନ ମଧ୍ୟରେ ସମନ୍ବୟ ରଖିବାରେ ଜିଲା ସଂଯୋଜକ ଅମ୍ଳାନ ପଟ୍ଟନାୟକ ଦାୟିତ୍ବ ବହନ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories