www.samajalive.in
Saturday, December 6, 2025
26.1 C
Bhubaneswar

ଘନ କୁହୁଡି ଯୋଗୁଁ ୨୭ ବିମାନ ରଦ୍ଦ, ବିଳମ୍ବରେ ଉଡାଣ ଭରିଲା ୫୦ ବିମାନ

ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସକାଳ ୬ଟାରୁ ୧୨ଟା ପର୍ୟ୍ୟନ୍ତ ଘନ କୁହୁଡି ଯୋଗୁଁ ୫୦ଟି ବିମାନର ଉଡାଣ ବିଳମ୍ବିତ ହୋଇଛି ।​‌ ସେହିପରି ଘନ କୁହୁଡି ଯୋଗୁଁ ବେଙ୍ଗାଲୁରୁରେ ସିଙ୍ଗାପୁର-ବେଙ୍ଗାଲୁରୁ ଏବଂ ଗୋଆ-ବେଙ୍ଗାଲୁରୁର ଉଡାଣ ଚେନ୍ନାଇକୁ ଡାଇଭର୍ଟ କରାଯାଇଛି । ବେଙ୍ଗାଲୁରୁର କୋମ୍ପେଗୋଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ କୁହୁଡି କାରଣରୁ ସକାଳ ୬ଟାରୁ ୧୨ଟା ମଧ୍ୟରେ ୨୭ଟି ଉଡାଣକୁ ରଦ୍ଦ କରାଯାଇଛି । ବେଙ୍ଗାଲୁରୁର ତିନୋଟି କ୍ଷେତ୍ରରେ ବାୟୁର କ୍ୱାଲିଟି ଇନଡେକ୍ସ ଅସ୍ୱାସ୍ଥ୍ୟକର ସ୍ତରରେ ପହଞ୍ଚିଛି । କୁହୁଡି କାରଣରୁ ସହରରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସୂଚନାଯୋଗ୍ୟ, ଶନିବାର ୩୬୨ଉଡାଣ ବିଳମ୍ବିତ ହୋଇଥିବା ବେଳେ ୩୮ଉଡାଣ ରଦ୍ଦ କରି ଦିଆଯାଇଥିଲା । ଏହା ପୂର୍ବରୁ ଡିସେମ୍ବର ୨୫ରେ ବିମାନ ବନ୍ଦରରେ କୁହୁଡି କାରଣରୁ ପାଖାପାଖି ୨୦୦ ଉଡାଣ ବିଳମ୍ବିତ ହୋଇଥିଲା ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories