www.samajalive.in
Sunday, December 7, 2025
23.1 C
Bhubaneswar

୧୪ବର୍ଷ କୋମାରେ ଥିବା ମହିଳା ଶିଶୁପୁତ୍ରକୁ ଦେଲେ ଜନ୍ମ

ନୂଆଦିଲ୍ଲୀ: ପ୍ରାୟ ୧୪ବର୍ଷ ଧରି କୋମାରେ ରହିଥିବା ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ମହିଳାଙ୍କ ସମ୍ପର୍କୀୟ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଚକିତ କରିଛି । ଏଠାରେ ପ୍ରଶ୍ନ ଉଠିଛି ଯେ, ମହିଳାଙ୍କ ଏଭଳି ପରିସ୍ଥିତିରେ ଅନ୍ୟସହ ସମ୍ପର୍କ ସ୍ଥାପନ କରିବାକୁ ସେ କିଭଳି ସହମତି ଦେଲେ । ଉକ୍ତ ମହିଳାଙ୍କ ସହ ଯୌନ ଶୋଷଣ ହୋଇଥିବା ଆଶଙ୍କା କରି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

pic courtesy dailyhunt

ସୂଚନାଅନୁଯାୟୀ, ଏହି ଘଟଣାଟି ଆମେରିକାର ଏରିଜୋନାରେ ଥିବା ଏକ ଘରୋଇ ହସ୍ପିଟାଲରେ ଘଟିଛି । ୧୪ ବର୍ଷ ପୂର୍ବରୁ ପାଣିରେ ବୁଡିଯିବା କାରଣରୁ ମହିଳା ଜଣଙ୍କ କୋମାକୁ ଚାଲିଯାଇଥିଲେ । ଗତ ଡିସେମ୍ବର ୨୯ ତାରିଖରେ ଉକ୍ତ ମହିଳା ଏକ ଶିଶୁପୁତ୍ରଟିକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି। ହେଲେ ମହିଳା ଜଣଙ୍କ ଶିଶୁଟିକୁ ଜନ୍ମ ଦେବା ପୂର୍ବରୁ ତାଙ୍କ ସମ୍ପର୍କୀୟ ଏପରିକି ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏହା ଜଣା ନଥିଲା ଯେ, ସେ ଗର୍ଭାବତୀ ଅଛନ୍ତି । ବର୍ତ୍ତମାନ ଶିଶୁଟି ପିତା କିଏ ଜାଣିବାକୁ ପୁଲିସ ତଦନ୍ତ ଚଳାଇଛି ।

- Advertisement -
pic courtesy aajtak

ମହିଳା ଜଣଙ୍କ କୋମାରେ ରହିଥିବାରୁ ଦେଖାଶୁଣା ପାଇଁ ଅନବରତ ତାଙ୍କ ରୁମକୁ ଅନେକ ଲୋକେ ଯିବାଆସିବା କରନ୍ତି । କିନ୍ତୁ ଏହି ଘଟଣା ସାମ୍ନାକୁ ଆସିଲା ପରେ ତାଙ୍କ ରୁମକୁ ଯିବାଆସିବା ନିୟମ କଡାକଡି କରାଯାଇଛି । ଏହି ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ବୟାନ ଦେବାକୁ ମନା କରିଦେଇଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories