www.samajalive.in
Saturday, December 6, 2025
26.1 C
Bhubaneswar

ଆସିଲା ରାମ ପୋଥିନେନୀଙ୍କ ‘ଡବଲ ଇସ୍ମାର୍ଟ’ ଟ୍ରେଲର; ସଭିଙ୍କ ନଜର ସଞ୍ଜୟ ଦତ୍ତଙ୍କ ଉପରେ

ମୁମ୍ବଇ: ଅଗଷ୍ଟ ୧୫ରେ ଆସିବାକୁ ଯାଉଛି ଏକାଧିକ ନୂଆ ଚଳଚ୍ଚିତ୍ର, ଯେଉଁଥିରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସହ ବଲିଉଡ ଫିଲ୍ମର ନାଁ ସାମିଲ ଅଛି। ଜନ୍‌ ଆବ୍ରାହମଙ୍କ ‘ବେଦା’, ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ‘ସ୍ତ୍ରୀ ୨’, ଅକ୍ଷୟ କୁମାରଙ୍କ ‘ଖେଲ୍‌ ଖେଲ୍‌ ମେଁ’, ଚିୟାନ ବିକ୍ରମଙ୍କ ‘ଥଙ୍ଗଲାନ’ ଏବଂ ରାମ ପୋଥିନେନୀ ଓ ସଞ୍ଜୟ ଦତ୍ତଙ୍କ ‘ଡବଲ ଇସ୍ମାର୍ଟ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ଇତି ମଧ୍ୟରେ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡବଲ ଇସ୍ମାର୍ଟ’ର ଟ୍ରେଲର ରିଲିଜ୍‌ ହୋଇଛି, ଯାହା ଖୁବ୍‌ ଭାଇରାଲ ହେଉଛି। ଫିଲ୍ମ ବ୍ଲକବଷ୍ଟର ହେବ ବୋଲି ଟ୍ରେଲର ଦେଖିବା ପରେ କହିଛନ୍ତି ପ୍ରଶଂସକ। ଟ୍ରେଲରରେ ସଞ୍ଜୟ ଦତ୍ତଙ୍କ ଖଳନାୟକ ଭୂମିକାର ଝଲକ୍‌ ଦେଖି ପ୍ରଶଂସକ ଅଭିନେତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ଟ୍ରେଲରରେ ବିନ୍ଦାସ୍ ଓ ଜବରଦସ୍ତ ଶୈଳୀରେ ରାମ ପୋଥିନେନୀଙ୍କ ଏଣ୍ଟ୍ରି ହେଉଛି, ଏହାପରେ ସେ କମେଡ଼ି କରୁଥିବା ଦେଖିବାକୁ ମିଳିଛ। କିନ୍ତୁ ଆଗକୁ ଦୃଶ୍ୟ ବଦଳିଯାଉଛି। ଫିଲ୍ମରେ ରାମ ଇସ୍ମାର୍ଟ ଶଙ୍କର ଭୂମିକାରେ ଅଭିନୟ କରିଥିବାବେଳେ ସଞ୍ଜୟ ଦତ୍ତ ବିଗ୍‌ ବୁଲ୍‌ ଚରିତ୍ରରେ ନଜର ଆସିଛନ୍ତି। କାବ୍ୟା ଥାପର ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିବାବେଳେ ହସ୍ୟାଭିନେତା ଅଲି ମଧ୍ୟ ନିଜ କମେଡି ଓ ଲୁକ୍‌ ମାଧ୍ୟମରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେଲୁଗୁ, ହିନ୍ଦୀ, କନ୍ନଡ଼, ତାମିଲ ଓ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିବ ‘ଡବଲ ଇସ୍ମାର୍ଟ’। ଟ୍ରେଲର ଦେଖିବା ପରେ ଅଗଷ୍ଟ ୧୫କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ।

- Advertisement -

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories