www.samajalive.in
Monday, December 8, 2025
24.1 C
Bhubaneswar

ମାଟି ତଳୁ ନିଖୋଜଙ୍କୁ ଖୋଜିବ ସନ୍ଧାନୀ କୁକୁର ‘ଷ୍ଟର୍ମ’

ବ୍ରହ୍ମପୁର: କେରଳର ୱାୟନାଡରେ ଭୁସ୍ଖଳନ ଯୋଗୁ ନିଖୋଜ ହୋଇଯାଇଥିବା ଅନେକ ବ୍ୟକ୍ତିଙ୍କ ଏପର୍ଯ୍ୟନ୍ତ ମଧ୍ୟ ସନ୍ଧାନ ମିଳିପାରିନି । ସେହି ଅଞ୍ଚଳର ମାଟିତଳେ ଓ କାଦୁଅରେ ଅନେକ ଲୋକ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି। ଏପରିକି ମାଟିତଳୁ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ ସେଠାରେ ଅତ୍ୟାଧୁନିକ ଡ୍ରୋନ ତଥା ଯନ୍ତ୍ରାଂଶ ବ୍ୟବହାର କରାଯାଇଛି। ତେବେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ଯାଇଛି ବ୍ରହ୍ମପୁର ପୁଲିସର ସନ୍ଧାନୀ କୁକୁର ‘ଷ୍ଟ୍ରମ’। ରବିବାର ବ୍ରହ୍ମପୁର ପୁଲିସ ଜିଲାର ୫ ଜଣ କର୍ମଚାରୀ ଏହି ସନ୍ଧାନୀ କୁକୁରକୁ ସାଙ୍ଗରେ ଧରି ବିବେକାନନ୍ଦ ଏକ୍ସପ୍ରେସ ଟ୍ରେନରେ କେରଳ ଅଭିମୁଖେ ଯାତ୍ରା କରିଛନ୍ତି। ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ରିଜର୍ଭ ପୁଲିସ କାର୍ଯ୍ୟାଳୟ ଠାରେ ରହୁଥିବା ଏହି କୁକୁର ପୁଲିସର ବିଭିନ୍ନ ସନ୍ଧାନୀ କାର୍ଯ୍ୟରେ ଉତ୍ତମ ତଥା ଉଲ୍ଲେଖନୀୟ ପ୍ରଦର୍ଶନ କରିସାରିଛି । କେରଳ ୱାୟନାଡର ଭୁସ୍ଖଳନ ସ୍ଥଳରେ ଏହି କୁକୁର ପାଣି ଭିତରେ ଓ ମାଟି ତଳେ ପୋତି ହୋଇ ରହିଥିବା ଲୋକଙ୍କୁ ଖୋଜି ବାହାର କରିବାରେ ସହଯୋଗ କରିବ ବୋଲି କୁହାଯାଉଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories