www.samajalive.in
Saturday, December 6, 2025
23.1 C
Bhubaneswar

ସେମି ଫାଇନାଲରେ ଖେଳିବେନି ଅମିତ; ଜାଣନ୍ତୁ କ’ଣ କାରଣ

ନୂଆଦିଲ୍ଲୀ: ପ୍ୟାରିସ୍‌‌ ଅଲିମ୍ପିକ୍ସରେ ଭାରତୀୟ ହକି ଦଳକୁ ବଡ ଝଟକା। ଗୋଟିଏ ମ୍ୟାଚରୁ ଅମିତ ରୋହିଦାସ ବାଦ ପଡିଛନ୍ତି। ଆସନ୍ତାକାଲି ହେବାକୁ ଥିବା ଜର୍ମାନୀ ବିପକ୍ଷ ମ୍ୟାଚରେ ସେମି ଫାଇନାଲ ମ୍ୟାଚ ଖେଳିପାରିବେନି ଭାରତୀୟ ଦଳର ପ୍ରମୁଖ ଖେଳାଳୀ ଅମିତ ରୋହିଦାସ। ରବିବାର ଖେଳାଯାଇଥିବା ବ୍ରିଟେନ ବିପକ୍ଷ ମ୍ୟାଚରେ ଅମିତଙ୍କୁ ରେଡ୍‌‌ କାର୍ଡ ମିଳିବା ପରେ ପ୍ରତିବନ୍ଧକ ଲଗାଇଛି ଅନ୍ତର୍ଜାତୀୟ ହକି ଫେଡେରେସନ। ଗ୍ରେଟ୍‌‌ ବ୍ରିଟେନ-ଭାରତ ମ୍ୟାଚରେ ଅମିତଙ୍କ ଷ୍ଟିକ୍‌‌ ବ୍ରିଟେନର ଜଣେ ଖେଳାଳୀଙ୍କ ମୁହଁରେ ବାଜିଥିଲା। ପାଉଲୁ ଲାଗି ଅମିତଙ୍କୁ ରେଡ କାର୍ଡ ମିଳିଥିଲା।। ଅନ୍ତର୍ଜାତୀୟ ହକି ଫେଡେରେସନ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ଅଗଷ୍ଟ-୪ତାରିଖରେ ଭାରତ- ଗ୍ରେଟ୍‌‌ ବ୍ରିଟେନ ମ୍ୟାଚ ବେଳେ ଏଫଆଇଏଚ୍‌‌ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଅମିତ ରୋହିଦାସଙ୍କୁ ଗୋଟିଏ ମ୍ୟାଚ ପାଇଁ ପ୍ରତିବନ୍ଧକ ଲଗାଯାଇଛି।

ବୋଲିଂ କରୁଥିଲେ ଓ୍ବାଶିଂଟନ ସୁନ୍ଦର, ହଠାତ ମାରିବାକୁ ଦୌଡ଼ିଲେ ରୋହିତ ! ଜାଣନ୍ତୁ କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories