www.samajalive.in
Saturday, December 6, 2025
16.1 C
Bhubaneswar

ଏଣିକି ଓଲା ଇଲେକ୍ଟ୍ରିକରେ କରିପାରିବେ ନିବେଶ, ଆସିଲା ସୁଯୋଗ

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ସ୍କୁଟର ପ୍ରସ୍ତୁତ କରୁଥିବା କମ୍ପାନୀ ଓଲା ଇଲେକ୍ଟ୍ରିକର ଆଇପିଓ ଖୋଲିଛି । ୨ ଅଗଷ୍ଟରେ ଏହି ଆଇପିଓ ସଦସ୍ୟତା ପାଇଁ ଖୋଲିଥିଲା । ଏହି ଆଇପିଓରେ ଏବେବି ନିବେଶ କରିବା ପାଇଁ ସମୟ ରହିଛି । ଯଦି ଆପଣ ଏଥିରେ ଆଗ୍ରହୀ ଅଛନ୍ତି ତେବେ ୬ ଅଗଷ୍ଟ ସୁଦ୍ଧା ନିବେଶ କରିପାରିବେ । ଏହି ଆଇପିଓର ପ୍ରାଇସ୍ ବ୍ୟାଣ୍ଡ୍ ୭୨ ଟଙ୍କାଠୁ ୭୬ ଟଙ୍କା ସୁଦ୍ଧା ନିର୍ଦ୍ଧାରିତ କରାଯାଇଛି ।

ଭାବିଶ ଅଗ୍ରଓ୍ବାଲଙ୍କ କମ୍ପାନୀ ଓଲା ଇଲେକ୍ଟ୍ରିକର ଆଇପିଓକୁ ଅନେକ ସମୟ ଧରି ନିବେଶକ ପ୍ରତୀକ୍ଷା କରିଥିଲେ । ଗତ ୨୭ ଜୁଲାଇରେ ଏହା ଖୋଲିବା ନେଇ ସୂଚନା ମିଳିଥିଲା । କମ୍ପାନୀ ତରଫରୁ ୧୯୫ ସେୟାରର ଲଟ୍ ସାଇଜ୍ ନିର୍ଦ୍ଧାରିତ କରାଯାଇଛି । ଅର୍ଥାତ୍ ଆପଣଙ୍କୁ ସର୍ବନିମ୍ନ ପ୍ରାୟ ୧୪,୮୨୦ ଟଙ୍କା ନିବେଶ କରିବାକୁ ହେବ ।

- Advertisement -

ଓଲା ଇଲେକ୍ଟ୍ରିକ୍ ଆଇପିଓକୁ ନିବେଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି । ବର୍ତ୍ତମାନ ସୁଦ୍ଧା ୩୮ ପ୍ରତିଶତ ସବସ୍କ୍ରିପ୍ସନ ମିଳିଛି । ୨ରୁ ୬ ଅଗଷ୍ଟ ସୁଦ୍ଧା ବୋଲି ମିଳିବା ପରେ କମ୍ପାନୀର ସେୟାରର ଆବଣ୍ଟନ ୭ ଅଗଷ୍ଟ, ଯଦିଓ ବୋଲି ଲଗାଇଥିବା ନିବେଶକଙ୍କ ଡିମେଟ୍ ଖାତାକୁ ସେୟାର ୮ ଅଗଷ୍ଟକୁ ଆସିପାରେ । କମ୍ପାନୀ ତରଫରୁ ସେୟାର ବଜାରରେ ଉଭୟ ଷ୍ଟକ୍ ଏକ୍ସଚେଞ୍ଜ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ ପାଇଁ ତାରିଖ ୯ ଅଗଷ୍ଟ ନିର୍ଦ୍ଧାରିତ କରାଯାଇଛି ।

ଅରବପତିଙ୍କୁ ଝଟକା: ଅଚାନକ ବିଶ୍ବର ଧନୀଙ୍କ ସମ୍ପତ୍ତି ହ୍ରାସ ପାଇଲା

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories