www.samajalive.in
Tuesday, December 9, 2025
16.1 C
Bhubaneswar

ଜାତୀୟ ସିନିୟର ଟେବୁଲ ଟେନିସ ଚମ୍ପିଆନ୍‍ସିପ ; ମହିଳା ସେମିରେ ଏଏଆଇ-ପଶ୍ଚିମବଙ୍ଗ; ପିଏସ୍‍ପିବି-ମହାରାଷ୍ଟ୍ର ‘ବି’

କଟକ : ଶନିବାର ଥିଲା ୮୦ତମ ସିନିୟର ଜାତୀୟ ଓ ଆନ୍ତଃରାଜ୍ୟ ଟେବୁଲ ଟେନିସ ଚମ୍ପିଆନ୍‍ସିପର ୨ୟ ଦିନ। କଟକର ଜବାହରଲାଲ ନେହେରୁ ଇନ୍‍ଡୋର ଷ୍ଟାଡିୟମ୍‍ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଶନିବାର ପ୍ରିକ୍ୱାର୍ଟରଫାଇନାଲ ଓ କ୍ୱାର୍ଟରଫାଇନାଲ ମୁକାବିଲା ଖେଳାଯାଇଛି। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ୍‍ ଦ୍ୱାରା ଆୟୋଜିତ ଏହି ଚମ୍ପିଆନ୍‍ସିପ୍‍ରେ ରବିବାର ମହିଳା ଦଳଗତ ସେମିଫାଇନାଲରେ ଏୟାରପୋର୍ଟ ଅଥରିଟି ଅଫ୍‍ ଇଣ୍ଡିଆ (ଏଏଆଇ) ଓ ପଶ୍ଚିମବଙ୍ଗ ମଧ୍ୟରେ ମୁକାବିଲା ହେବ। ଅନ୍ୟ ସେମିଫାଇନାଲରେ ପେଟ୍ରୋଲିୟମ୍‍ ସ୍ପୋର୍ଟସ ପ୍ରମୋସନ ବୋର୍ଡ (ପିଏସ୍‍ପିବି) ଓ ମହାରାଷ୍ଟ୍ର ‘ବି’ ମଧ୍ୟରେ ମୁକାବିଲା ହେବ। କ୍ୱାର୍ଟରଫାଇନାଲରେ ଏଏଆଇ ୩-୨ ମ୍ୟାଚ୍‍ରେ ଗୁଜରାଟକୁ ଏବଂ ପଶ୍ଚିମବଙ୍ଗ ୩-୨ ମ୍ୟାଚ୍‍ରେ ଗତବର୍ଷର ରନର୍ସଅପ୍‍ ତାମିଲନାଡ଼ୁକୁ ପରାସ୍ତ କରିଛି। ଅନ୍ୟ ୨ଟି କ୍ୱାର୍ଟରଫାଇନାଲରେ ପିିଏସ୍‍ପିବି ୩-୦ ମ୍ୟାଚ୍‍ରେ ତେଲଙ୍ଗାନାକୁ ଏବଂ ମହାରାଷ୍ଟ୍ର ‘ବି’ ୩-୨ ମ୍ୟାଚ୍‍ରେ ମହାରାଷ୍ଟ୍ର ‘ଏ’କୁ ପରାସ୍ତକରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ପୂର୍ବରୁ ଓଡ଼ିଶାର ମହିଳା ଦଳ ଚମତ୍କାର ପ୍ରଦର୍ଶନ କରି ଗ୍ରୁପ୍‍ ‘ଏ’ର ୨ୟ ସ୍ଥାନରେ ରହି ପ୍ରିକ୍ୱାର୍ଟରଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ମେଘାଳୟକୁ ପରାସ୍ତ କରିଥିବା ଓଡ଼ିଶା ପରେ ପିଏସ୍‌ପିବିଠାରୁ ପରାସ୍ତ ହୋଇଥିଲା। ତେବେ ଶେଷ ମ୍ୟାଚ୍‍ରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରି ଆସାମକୁ ୩-୨ ମ୍ୟାଚ୍‍ରେ ପରାସ୍ତକରି ୪ଟିକିଆ ଗ୍ରୁପ୍‍ରେ ୨ୟ ସ୍ଥାନରେ ରହିଥିଲା। ଶନିବାର ପ୍ରିକ୍ୱାର୍ଟରଫାଇନାଲରେ ଏୟାରପୋର୍ଟ ଅଥରିଟି ଅଫ୍‍ ଇଣ୍ଡିଆ (ଏଏଆଇ) ୩-୦ ମ୍ୟାଚ୍‍ରେ ଓଡ଼ିଶାକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍‍ରେ ଏଏଆଇର କୌଶାନି ନାଥ ୯-୧୧, ୪-୧୧, ୧୧-୭, ୧୧-୭, ୧୧-୬ରେ ଓଡ଼ିଶାର ମୟୁରୀ ଚାଟାର୍ଜୀଙ୍କୁ, ଏଏଆଇର ମଲ୍ଲିକା ଭଣ୍ଡାରକର ୯-୧୧, ୧୧-୮, ୧୧-୪, ୧୧-୪ରେ ଓଡ଼ିଶାର ସମର୍ଥା ପୃଷ୍ଟିଙ୍କୁ ଏବଂ ଏଏଆଇର ମୌମିତା ଦତ୍ତ ୧୫-୧୩, ୧୦-୧୨, ୧୧-୭, ୧୧-୯ରେ ଓଡ଼ିଶାର ଅଙ୍କିତା ସେନାପତିଙ୍କୁ ପରାସ୍ତ କରିଥିଲେ। ପରେ ୯ମରୁ ୧୬ଶ ସ୍ଥାନ ପାଇଁ ମ୍ୟାଚ୍‍ରେ ଓଡ଼ିଶାକୁ ୩-୦ ମ୍ୟାଚ୍‍ରେ ରାଜସ୍ଥାନ ପରାସ୍ତ କରିଥିଲା। ଅନ୍ୟ ୭ଟି ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ପେଟ୍ରୋଲିୟମ୍‍ ସ୍ପୋର୍ଟସ ପ୍ରମୋସନ ବୋର୍ଡ (ପିଏସ୍‍ପିବି) ୩-୦ ମ୍ୟାଚ୍‍ରେ ଦିଲ୍ଲୀକୁ, ତେଲଙ୍ଗାନା ୩-୦ ମ୍ୟାଚ୍‍ରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ, ମହାରାଷ୍ଟ୍ର ‘ବି’ ୩-୦ ମ୍ୟାଚ୍‍ରେ ଉତ୍ତର ପ୍ରଦେଶକୁ, ମହାରାଷ୍ଟ୍ର ‘ଏ’ ୩-୦ ମ୍ୟାଚ୍‍ରେ କର୍ଣ୍ଣାଟକକୁ, ପଶ୍ଚିମବଙ୍ଗ ୩-୦ ମ୍ୟାଚ୍‍ରେ ଆସାମକୁ, ତାମିଲନାଡ଼ୁ ୩-୧ ମ୍ୟାଚ୍‍ରେ ଉତ୍ତର ବଙ୍ଗଳାକୁ ଏବଂ ଗୁଜରାଟ ୩-୨ ମ୍ୟାଚ୍‍ରେ ରାଜସ୍ଥାନକୁ ପରାସ୍ତକରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ। ପୁରୁଷ ଦଳଗତ ସେମିଫାଇନାଲରେ ପିଏସ୍‍ପିବି-ଦିଲ୍ଲୀ ଏବଂ ଗୁଜରାଟ-ଉତ୍ତର ପ୍ରଦେଶ ମୁକାବିଲା ହେବ। କ୍ୱାର୍ଟରଫାଇନାଲରେ ପିଏସ୍‍ପିବି ୩-୦ ମ୍ୟାଚ୍‍ରେ ମହାରାଷ୍ଟ୍ର ‘ଏ’କୁ, ଦିଲ୍ଳୀ ୩-୨ ମ୍ୟାଚ୍‍ରେ ତାମିଲନାଡ଼ୁକୁ, ଗୁଜରାଟ ୩-୧ ମ୍ୟାଚ୍‍ରେ ରେଳବାଇକୁ ଏବଂ ଉତ୍ତର ପ୍ରଦେଶ ଗତବର୍ଷର ରନର୍ସଅପ୍‍ ହରିୟାଣାକୁ ୩-୨ ମ୍ୟାଚ୍‍ରେ ପରାସ୍ତ କରିଛି। ପୂର୍ବରୁ ପୁରୁଷ ପ୍ରିକ୍ୱାର୍ଟରଫାଇନାଲରେ ଗତବର୍ଷର ଚମ୍ପିଆନ୍‍ ପିଏସ୍‌ପିବି ୩-୦ ମ୍ୟାଚ୍‍ରେ ଆସାମକୁ, ମହାରାଷ୍ଟ୍ର ‘ଏ’ ୩-୦ ମ୍ୟାଚ୍‍ରେ କର୍ଣ୍ଣାଟକକୁ, ଦିଲ୍ଲୀ ୩-୦ ମ୍ୟାଚ୍‍ରେ ଛତିଶଗଡ଼କୁ, ତାମିଲନାଡ଼ୁ ୩-୦ ମ୍ୟାଚ୍‍ରେ ରାଜସ୍ଥାନକୁ, ରେଳବାଇ ୩-୧ ମ୍ୟାଚ୍‍ରେ ଉତ୍ତର ବଙ୍ଗଳାକୁ, ଗୁଜରାଟ ୩-୧ ମ୍ୟାଚ୍‍ରେ ମହାରାଷ୍ଟ୍ର ‘ବି’କୁ, ଉତ୍ତର ପ୍ରଦେଶ ୩-୨ ମ୍ୟାଚ୍‍ରେ ପଶ୍ଚିମବଙ୍ଗକୁ ଏବଂ ହରିୟାଣା ୩-୨ ମ୍ୟାଚ୍‍ରେ ତେଲଙ୍ଗାନାକୁ ପରାସ୍ତକରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories