www.samajalive.in
Sunday, December 14, 2025
16.1 C
Bhubaneswar

ହୀରାକୁଦ ବିସ୍ଥାପିତଙ୍କୁ ଜମି ପଟ୍ଟା ବଣ୍ଟନ କଲେ ରାଜସ୍ୱ ମନ୍ତ୍ରୀ

ରେଙ୍ଗାଲି: ସ୍ୱାଧୀନତାର ୭୭ବର୍ଷ ପରେ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ପରିବାରର ତୃତୀୟ ପିଢିକୁ ରାଜ୍ୟ ସରକାର ୧୦ ଡେସିମିଲ୍ ଘରଡିହ ପଟ୍ଟା ପ୍ରଦାନ କରି ନ୍ୟାୟ ପ୍ରଦାନ କରିଛନ୍ତି। ପୂର୍ବ ସରକାର ଏଦିଗରେ ନୀରବ ଦ୍ରଷ୍ଟା ଥିବାରୁ ନିଜ ଭିଟାମାଟି ହରାଇ ବିସ୍ଥାପିତ ହୋଇଥିବା ବହୁ ପରିବାର ନ୍ୟାୟରୁ ବଞ୍ଚିତ ହେବା ସହିତ ସର୍ବନିମ୍ନ କ୍ଷତିପୂରଣରୁ ବଞ୍ଚିତ ହୋଇଥିଲେ। ନୂତନ ସରକାର ଏବେ ବିସ୍ଥାପିତଙ୍କୁ ନ୍ୟାୟ ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଝାରସୁଗୁଡା ଜିଲ୍ଲାରେ ଏପର୍ଯ୍ୟନ୍ତ ୨ ହଜାର ୨ଶହ ବୁଡି ଅଞ୍ଚଳ ପରିବାରକୁ ୧୦ ଡେସିମିଲ୍ ଜମି ପଟ୍ଟା ପ୍ରଦାନ କରାଯାଇ ସାରିଛି। ସମ୍ବଲପୁର ଜିଲ୍ଲାରେ ହୀରାକୁଦ ବୁଡି ଅଞ୍ଚଳ ବହୁ ସଂଖ୍ୟକ ପରିବାର ଅଛନ୍ତି। ସେମାନଙ୍କୁ ୧୦ ଡେସମିଲ୍ ଜମି ପଟ୍ଟା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ୧ ବର୍ଷ ମଧ୍ୟରେ ବୁଡି ଅଞ୍ଚଳର ସମସ୍ତ ପରିବାରକୁ ୧୦ ଡେସମିଲ୍ ଜମି ପଟ୍ଟା ଦିଆଯିବ। ଆଜି ସମ୍ବଲପୁରୀ ଦିନରୁ ଏହି ପ୍ରକ୍ରିୟା ଆରମ୍ଭ ହେଲା ବୋଲି ଆଜି ରେଙ୍ଗାଲି ବ୍ଲକର କୁର୍ଲା ଠାରେ ଅନୁଷ୍ଠିତ ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ମତବ୍ୟକ୍ତ କରିଛନ୍ତି। ଆଜି ମନ୍ତ୍ରୀ ଶ୍ରୀ ପୂଜାରୀ କୁର୍ଲା ଗ୍ରାମର ୧୬୮ ଜଣ ଏବଂ ଠୁଠିକତରବଗା ଗ୍ରାମର ୫୩ ଜଣ ବିସ୍ଥାପିତ ପରିବାରକୁ ଜମି ପଟ୍ଟା ବଣ୍ଟନ କରିଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା, ପୂର୍ବତନ ବିଧାୟକ ନାଉରି ନାଏକ, ରେଙ୍ଗାଲି ତହସିଲଦାର ସଦାକର କୁମ୍ଭାର, ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ନିଶାନଭଙ୍ଗା ପଞ୍ଚାୟତ ସରପଞ୍ଚ ସରୋଜ ମେହେର, ସାଲଡ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରମୁଖ ବହୁ ସଂଖ୍ୟକ ଜନପ୍ରତିନିଧି ଏବଂ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ। ହୀରାକୁଦ ବିସ୍ଥାପିତ ପରିବାର ଦୀର୍ଘ ବର୍ଷ ହେଲା ସରକାରୀ ଜମିରେ କୁଡିଆ କରି ରହୁଥିବା ଗରିବ ପରିବାରକୁ ଚିହ୍ନଟ କରାଯାଇ ୪ ଡେସିମିଲ୍ ପଟ୍ଟା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଣି ବିଜୁଳି ଆଦି ସୁବିଧା ଥିବା ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories