www.samajalive.in
Sunday, December 14, 2025
23.1 C
Bhubaneswar

ସୁଟିଂ: ସ୍ପପ୍ନିଲ ଫାଇନାଲରେ, ଐଶ୍ଵର୍ଯ୍ୟ ବିଫଳ

ପ୍ୟାରିସ୍‌: ପ୍ୟାରିସ ଅଲିମ୍ପିକ୍‌ସ ସୁଟିଂରେ ଭାରତୀୟ ସୁଟରଙ୍କ ଉତ୍କର୍ଷ ପ୍ରଦର୍ଶନ ଜାରିରହିଛି। ଭାରତ ପାଇଁ ଆଉ ଏକ ପଦକ ଆଶା ସୃଷ୍ଟି କରିଛନ୍ତି ସୁଟର ସ୍ବପ୍ନିଲ କୁଶାଲେ ପୁରୁଷ ୫୦ ମିଟର ୩ ପୋଜିସନ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ସ୍ବପ୍ନିଲଙ୍କ ସାଥି ଐଶ୍ଵର୍ଯ୍ୟ ପ୍ରତାପ ସିଂହ ତୋମାର ୧୧ଶ ସ୍ଥାନରେ ରହି ଫାଇନାଲରୁ ବାଦ୍‌ ପଡ଼ିଛନ୍ତି। ବୁଧବାର ଯୋଗ୍ୟତା ପର‌୍ୟ୍ୟାୟର ପ୍ରଥମ ସିରିଜ୍‌ ପରେ ସ୍ବପ୍ନିଲ ୧୧ତମ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ରାଉଣ୍ଡରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ନେଲିଂ ରାଉଣ୍ଡରେ ସ୍ବପ୍ନିଲ ୧୯୮ ପଏଣ୍ଟ, ପ୍ରୋନ୍‌ ରାଉଣ୍ଡରେ ୧୯୭ ପଏଣ୍ଟ ଓ ଷ୍ଟାଣ୍ଡିଂ ରାଉଣ୍ଡରେ ୧୯୫ ପଏଣ୍ଟ ହାସଲ କରିଥିଲେ। ମୋଟ୍‌ ୫୯୦ ପଏଣ୍ଟ ପାଇ ୭ମ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ। ପ୍ରାରମ୍ଭରୁ ସ୍ବପ୍ନିଲ ଦମଦାର ଆରମ୍ଭ କରି ନେଲିଂ ରାଉଣ୍ଡର ପ୍ରଥମ ସିରିଜ୍‌ରେ ୩ଟି ୧୦ ପଏଣ୍ଟ ହାସଲ କରିଥିଲେ। ଗୁରୁବାର ସ୍ବପ୍ନିଲ ଫାଇନାଲ ମ୍ୟାଚ ଖେଳିବେ। ଅନ୍ୟପକ୍ଷରେ ଐଶ୍ଵର୍ଯ୍ୟ ପ୍ରତାପ ସିଂହ ତୋମାର ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ୨ ରାଉଣ୍ଡରେ ଐଶ୍ଵର୍ଯ୍ୟ ୧୯୯ ପଏଣ୍ଟ ସ୍କୋର କରି ୮ତମ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ରାଉଣ୍ଡରେ ପ୍ରଦର୍ଶନକୁ ବଜାୟ ରଖିବାରେ ବିଫଳ ହୋଇଥିଲେ। ଫଳରେ ଐଶ୍ଵର୍ଯ୍ୟ ୧୧ଶ ସ୍ଥାନକୁ ଖସି ଆସିଥିଲେ। ଅଦ୍ୟାବଧି ପ୍ୟାରିସ ଅଲିମ୍ପିକ୍‌ସରେ ଭାରତ ୨ଟି କାଂସ୍ୟ ପଦକ ଜିତିଛି। ଉକ୍ତ ଦୁଇ କାଂସ୍ୟ ପଦକ ସୁଟିଂରେ ହିଁ ଜିତିପାରିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories