www.samajalive.in
Sunday, November 16, 2025
15.1 C
Bhubaneswar

ତୀରନ୍ଦାଜୀ ପ୍ରିକ୍ବାର୍ଟରରେ ଦୀପିକା

ପ୍ୟାରିସ୍‌: ପୂର୍ବତନ ବିଶ୍ବ ଚମ୍ପିଆନ୍‌ ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀ ପ୍ରିକ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍‌ସରେ ବୁଧବାର କ୍ରମାଗତ ୨ଟି ବିଜୟ ସହ ଦୀପିକା ମହିଳା ବ୍ୟକ୍ତିଗତ ବିଭାଗରେ ଶେଷ ୧୬ ଜଣଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ଆଉ ୨ ରାଉଣ୍ଡ ମୁକାବିଲା ଜିତିଲେ ଅଭିଜ୍ଞ ତୀରନ୍ଦାଜ ଦୀପିକା ପଦକ ରାଉଣ୍ଡରେ ପ୍ରବେଶ କରିବେ।
ବୁଧବାର ଦୀପିକାଙ୍କୁ ପ୍ରଥମ ରାଉଣ୍ଡ ଜିତିବା ପାଇଁ କଡ଼ା ମୁକାବିଲା କରିବାକୁ ପଡ଼ିଥିଲା। ବିଶ୍ବ ମାନ୍ୟତାରେ ୧୪ଶ ସ୍ଥାନରେ ଥିବା ଦୀପିକା ୧ମ ମ୍ୟାଚ୍‌କୁ ଟାଇବ୍ରେକର‌ ଜରିଆରେ ଜିତିଥିଲେ। ଇଷ୍ଟୋନିଆର ରିନା ପର୍ନାତ୍‌ଙ୍କ ବିପକ୍ଷରେ ଏହି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୫ ସେଟ୍‌ର ମୁକାବିଲା ପରେ ସ୍କୋର୍ ୫-୫ ରହିବାରୁ ଟାଇବ୍ରେକର ହୋଇଥିଲା। ଏଥିରେ ଦୀପିକା ୯ ପଏଣ୍ଟ ସ୍କୋର୍‌ କରିଥିବା ବେଳେ ରିନା ୮ ପଏଣ୍ଟ ମାରି ପରାସ୍ତ ହୋଇଥିଲେ। ୨ୟ ରାଉଣ୍ଡରେ ନେଦରଲାଣ୍ଡ୍‌ସର କ୍ବିଣ୍ଟି ରୋଫେନ୍‌ଙ୍କ ମୁକାବିଲା କରିଥିଲେ ଦୀପିକା। ଏଥିରେ ଦୀପିକା ସହଜରେ ୬-୨ରେ ଜିତିଥିଲେ। ସେଟ୍‌ ସ୍କୋର୍‌ ୨-୨ ଥିବା ବେଳେ ଦୀପିକା ୪ ପଏଣ୍ଟ ହାସଲକରି ମ୍ୟାଚ୍ ଜିତି ନେଇଥିଲେ। ୩ୟ ସେଟ୍‌ରେ ଦୀପିକାଙ୍କ ୨୫ ପଏଣ୍ଟ ଜବାବରେ ରୋଫେନ୍ ମାତ୍ର ୧୭ ପଏଣ୍ଟ ସ୍କୋର୍‌ କରିବା ନିର୍ଣ୍ଣାୟକ ହୋଇଥିଲା। ତେବେ ପୁରୁଷ ତୀରନ୍ଦାଜୀରେ ଭାରତର ତରୁଣଦୀପ ରାୟ ପରାସ୍ତ ହୋଇଛନ୍ତି। ୫ମ ଅଲିମ୍ପିକ୍‌ସରେ ଭାଗ ନେଇଥିବା ତରୁଣଦୀପ ରାଉଣ୍ଡ-୩୨ ମ୍ୟାଚରେ ଗ୍ରେଟ ବ୍ରିଟେନର ଟମ୍‌ ହାଲ୍‌ଙ୍କ ନିକଟରୁ ୪-୬ ପଏଣ୍ଟରେ ପରାସ୍ତ ହୋଇଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories