www.samajalive.in
Friday, December 5, 2025
26.1 C
Bhubaneswar

ଦୁଇ ବାଇକ ସହ ୯୫ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସକୁ ବଡ ସଫଳତା। ୨ଟି ବାଇକ ସହ ୯୫ କିଲୋ ଗଞ୍ଜେଇ ଜବତ, ୩ ଗଞ୍ଜେଇ ବ୍ୟବସାୟୀ ଗିରଫ।  ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳ ରୁ ୨ ଟି ବାଇକରେ ପଡୋଶୀ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ଗୋଚ୍ଛାପଡ଼ା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା।ଖବର ପାଇବା ପରେ ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ସହ ଏକ ଟିମ ଗୋଛାପଡା ଥାନା ସଲାଗୁଡା ଠାରୁ ଫୁଲବାଣୀ ଗୋଛାପଡା କୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାର ତାମ୍ବିସୁଗା ଗାଁ ନିକଟରେ ବାଇକ ସହ ଗଞ୍ଜେଇକୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତି ଥିବା ୩ ଜଣ ଚାଲାଣ କାରିଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଥିଲେ ।  ତେବେ ଗିରଫ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପାଇକବାହାଲ ଗାଁର ଗୋପ ନାୟକ ଓ ଶନି ଦୀପ ଏବଂ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜଡ଼ାପାଲ ଗାଁର ଲୋକନାଥ ମଲ୍ଲିକ ବୋଲି ଜଣାପଡିଛି ।  ଗିରଫ ଅଭିଯୁକ୍ତ ମାନେ ଜଣେ ଜଣେ ପେସାଦାର ଗଞ୍ଜେଇ ବ୍ୟବସାୟୀ ହୋଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories