www.samajalive.in
Saturday, December 6, 2025
15.1 C
Bhubaneswar

ଦରମା ଦେବା ପାଇଁ ହାଲ୍‍ ପାଖରେ ଅର୍ଥ ନାହିଁ

ବେଙ୍ଗାଲୁୁରୁ: ରାଫେଲ୍‍ ବିବାଦକୁ ନେଇ ସୃଷ୍ଟି ରାଜନୀତିରେ ଅଯାଚିତ ଭାବେ ସଂଶ୍ଲିଷ୍ଟ ହୋଇଯାଇଥିବା ହିନ୍ଦୁସ୍ଥାନ ଏରୋନିଟିକ୍‍ସ ଲିମିଟେଡ୍‍(ହାଲ୍‍) ଏବେ ପୁଣି ଚର୍ଚ୍ଚାକୁ ଆସିଛି। କର୍ମଚାରୀଙ୍କୁ ଦରମା ଦେବା ପାଇଁ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ୧ ହଜାର କୋଟି ଟଙ୍କା ଋଣ କରିବ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ ଅର୍ଥାଭାବ କାରଣରୁ ହାଲ୍‍ରେ ଗତ ଏପ୍ରିଲ୍‍ ମାସରୁ ବିଭିନ୍ନ ପ୍ରକଳ୍ପ ବନ୍ଦ ପଡ଼ିଛି। ଠିକାଦାର କିମ୍ବା ବିକ୍ରେତାଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଇପାରୁନି। ହାଲ ଉପରେ ବିଭିନ୍ନ ସଂସ୍ଥାର ଥିବା ବକେୟା ପରିମାଣ ଦିନକୁ ଦିନ ବୃଦ୍ଧି ପାଉଥିବା କାରଣରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଜଣାପଡ଼ିଛି। କେବଳ ଭାରତୀୟ ସଶସ୍ତ୍ର ସେନାର ହାଲ୍‍ ଉପରେ ମୋଟ ବକେୟା ପରିମାଣ ଗତ ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୫,୭୦୦ କୋଟି ଟଙ୍କାରେ ପହଞ୍ଚିଛି।
ଗତ ଗୁରୁବାର ଦିନ ହାଲ୍‍ର ମୁଖ୍ୟ ପରିଚାଳନା ନିର୍ଦେଶନ ଆର ମାଧବନ୍‍ କହିଛନ୍ତି ଯେ ଆମର ହାତପାଣ୍ଠି ଶୂନ୍ୟ ହୋଇଯାଇଛି। ମାର୍ଚ୍ଚ ମାସ ଶେଷ ସୁଦ୍ଧା କ୍ୟାସ୍‍ ଇନ୍‍ ହ୍ୟାଣ୍ଡ ଆକାଉଣ୍ଟ ବିଯୁକ୍ତାତ୍ମକ ୬ ହଜାର କୋଟି ଟଙ୍କାରେ ପହଞ୍ଚିବ। ତୁରନ୍ତ ୧ ହଜାର କୋଟି ଟଙ୍କାର ଓଭରଡ୍ରଫ୍ଟ ନକଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ିବ। ଏହି ଋଣ ରାଶି କେବଳ ଦରମା ଓ ଦୈନନ୍ଦିନ ଖର୍ଚ୍ଚ ଲାଗି ମଧ୍ୟ ଯଥେଷ୍ଟ ହେବନାହିଁ। ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଆହୁରି ଅଧିକ ଟଙ୍କା ଋଣ କରିବାକୁ ପଡ଼ିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories