Patra electronics

ଅଗଷ୍ଟ ପହିଲାରୁ ହେବାକୁ ଯାଉଛି ୫ ବଡ ପରିବର୍ତ୍ତନ; ପ୍ରତ୍ୟେକ ପକେଟ୍‌, ରୋଷେଇ ଘରେ ପଡିବ ପ୍ରଭାବ!

ନୂଆଦିଲ୍ଲୀ : ଦେଶରେ ପ୍ରତ୍ୟେକ ମାସର ପହିଲାରେ ଅନେକ ପରିବର୍ତ୍ତନ ହୋଇଥାଏ । ୨ ଦିନ ପରେ ଅଗଷ୍ଟ ୧ରେ ଅନେକ ନିୟମରେ ପରିବର୍ତ୍ତନ ହେବ । ଯାହା ରୋଷେଇ ଘର ଠାରୁ ଆରମ୍ଭ କରି ବିଲ୍‌ ପୈଠ କରିବାର ଶୈଳୀ ଉପରେ ପ୍ରଭାବ ପକାଇବ ।ଏଥିରେ ଏଲପିଜି ସିଲିଣ୍ଡର ଦାମ୍‌ ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ନିୟମରେ ପରିବର୍ତ୍ତନ ପର୍ଯ୍ୟନ୍ତ ସାମିଲ ରହିଛି । ଜାଣନ୍ତୁ ହେବାକୁ ଥିବା ୫ଟି ବଡ ପରିବର୍ତ୍ତନ ବିଷୟରେ..

ତୈଳ କମ୍ପାନୀ ଗୁଡିକ ପ୍ରତ୍ୟେକ ମାସର ପହିଲାରେ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ କରି ଥାଆନ୍ତି । ୧ ଅଗଷ୍ଟ ୨୦୨୪ରେ ସକାଳ ୬ଟାରେ ସଂଶୋଧିତ ଦାମ୍‌ ଜାରି କରାଯିବ । ଗତ କିଛି ମାସ ମଧ୍ୟରେ ୧୯ କିଲୋଗ୍ରାମ୍‌ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦାମରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖାଯାଇଛି । ସେହିପରି ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇଥିବା ଦେଖାଯାଇ ନାହିଁ । ଜୁଲାଇ ମାସର ପହିଲାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମରେ ରାଜଧାନୀ ଦିଲ୍ଲୀରେ ୩୦ ଟଙ୍କା ହ୍ରାସ କରାଯାଇଥିଲା । ଚଳିତ ଥର ଘରୋଇ ସିଲିଣ୍ଡର ଦାମରେ ହ୍ରାସ ହେବା ନେଇ ଆଶା କରାଯାଉଛି ।

ଗ୍ୟାସ ସିଲିଣ୍ଡର ଭଳି ପହିଲାରେ ବିମାନ ଇନ୍ଧନ ଅର୍ଥାତ (ଏଟିଏଫ) ଓ (ସିଏନଜି-ପିଏନଜି)ର ଦାମ ମଧ୍ୟ ସଂଶୋଧନ କରନ୍ତି । ୧ ଅଗଷ୍ଟ ୨୦୨୪ରେ ମଧ୍ୟ ଏହାର ନୂଆ ଦାମ୍‌ ସାମ୍ନାକୁ ଆସିବ । ଏହା ପୂର୍ବରୁ ଏପ୍ରିଲ ମାସରେ ଏଟିଏଫର ଦାମରେ ହ୍ରାସ କରାଯାଇଥିଲା ।

ଅଗଷ୍ଟରେ ୪ ଗ୍ରହଙ୍କ ଚଳନ : ଏହି ୫ ରାଶି ହେବେ ଭାଗ୍ୟଶାଳୀ,ମିଳିବ ଧନ, ବଢିବ ଦରମା..

ଘରୋଇ ବ୍ୟାଙ୍କ ମଧ୍ୟରେ ଏଚଡିଏଫସି କ୍ରେଡିଟ୍‌ କାର୍ଡର ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ମଧ୍ୟ ୧ ଅଗଷ୍ଟ ପରିବର୍ତ୍ତନ ନେଇ ଆସୁଛି । ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ଦ୍ୱାରା କରାଯାଉଥିବା ବିଲ୍‌ ପୈଠ ୩ୟ ପାର୍ଟି ଆପ୍‌ CRED, Paytm, Mobikwik, Freecharge ଓ ଅନ୍ୟ ଦ୍ୱାରା କରାଯିବ । ଯାଦ୍ୱାରା ଟଙ୍କା ନେଣଦେଣ ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ । ଏହାସହ ପ୍ରତି ନେଣଦେଣ ସୀମିତ ୩,୦୦୦ ଟଙ୍କା ସ୍ଥିର କରାଯିବ । ଇନ୍ଧନ କ୍ରୟ ସମୟରେ ହେଉଥିବା ଟଙ୍କା ନେଣଦେଣରେ ୧୫,୦୦୦ ଟଙ୍କାରୁ କମ୍‌ ହେଲେ ଅତିରିକ୍ତ ଶୁଳ୍କ ପଡିବ ନାହିଁ । ମାତ୍ର ୧୫,୦୦୦ରୁ ଅଧିକ ହେଲେ ନେଣଦେଣ ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ।

ଗୁଗଲ ମ୍ୟାପରେ ମଧ୍ୟ ୧ ଅଗଷ୍ଟ ୨୦୨୪ରେ ଦେଶରେ ତା’ର କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ଯାହା ପହିଲାରେ ଲାଗୁ ହେବ । ଦୁନିଆର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ ମ୍ୟାପ୍‌ ତା’ର ସେବା ଭାରତରେ ନିଆଯାଉଥିବା ଟଙ୍କାକୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ କମ୍‌ କରିବା ପାଇଁ ସ୍ଥିର କରିଛି । ଏବେ ଗୁଗଲ ନିଜର ମ୍ୟାପର ସେବାର ପୈଠ ଡଲାର ବଦଳରେ ଭାରତୀୟ ମୁଦ୍ରାରେ ନେବ ।

ଅଗଷ୍ଟ ମାସରେ ବ୍ୟାଙ୍କ ସହ ସମ୍ବନ୍ଧିତ ଯେକୌଣସି କାମ ଥିଲେ, ଭାରତୀୟ ରିର୍ଜଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବ୍ୟାଙ୍କ ଛୁଟି ତାଲିକା ଉପରେ ନଜର ପକାନ୍ତୁ । ଅଗଷ୍ଟ ଛୁଟିଦିନ ତାଲିକା ଅନୁଯାୟୀ, ମାସ ଯାକ ପ୍ରାୟ ୧୩ ଦିନ ବ୍ୟାଙ୍କ କାମ ହେବ ନାହିଁ । ରାକ୍ଷାବନ୍ଧନ, ଜନ୍ମାଷ୍ଟମୀ, ସ୍ୱାଧୀନତା ଦିବସ ସହ ଅନ୍ୟ କେତେକ ଉତ୍ସବ ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହି ଛୁଟିରେ ୨ୟ,୪ର୍ଥ ଶନିବାର ସହ ରବିବାର ପଡୁଥିବା ସାପ୍ତାହିକ ଛୁଟି ମଧ୍ୟ ସାମିଲ ରହିଛି ।

Comments are closed.