www.samajalive.in
Sunday, December 7, 2025
26.1 C
Bhubaneswar

କର୍ମଶାଳାରେ ୫୦୦ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ

ଗୋପାଳପୁର: ନିଷ୍ଟ  ବିଶ୍ୱବିଦ୍ୟାଳୟ କାଉନସେଲିଂ ସେବା ସଂସ୍ଥାନ ପକ୍ଷରୁ ନାଳନ୍ଦା ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ଦିନିକିଆ କର୍ମଶାଳା “ରେସିଲିଏଣ୍ଟ୍ ସ୍କଲାର୍: ଆକାଡେମିକ୍ ଏବଂ ମାନସିକ ସ୍ୱାସ୍ଥ୍ୟ ସହାୟତା”  ଆୟୋଜନ କରାଯାଇଥିଲା। କାଉନସେଲିଂ ସେବା ସଂସ୍ଥାନର ଉପଦେଷ୍ଟା ପ୍ରଫେସର ମିନାକ୍ଷୀ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ବିଦ୍ୟାର୍ଥୀ ଯୋଗଦେଇଥିଲେ। କର୍ମଶାଳାରେ ସେମାନଙ୍କୁ ମାର୍ଗଦର୍ଶନ ଦିଆଯିବା ସହିତ, ଏକାଡେମିକ୍ ଚାପ ଏବଂ ଭାବପ୍ରବଣ ସୁସ୍ଥତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଶିକ୍ଷା ଏବଂ ଅଭିବୃଦ୍ଧି ପାଇଁ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଥିଲା। ଅନ୍ୟତମ ବକ୍ତା ଭାବେ  ଡିନ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଷ୍ଟଡିଜର ପ୍ରାଧ୍ୟାପକ ଡକ୍ଟର ସାବ୍ୟାସାଚି ରାଧା ଯୋଗଦେଇ  ଛାତ୍ରମାନଙ୍କୁ ନିଷ୍ଠା ଏବଂ ସ୍ଥିରତା ସହିତ ସେମାନଙ୍କ ଲକ୍ଷ୍ୟ ଅନୁସରଣ କରିବାକୁ ମତପୋଷଣ କରିଥିଲେ ।ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ କୃତ୍ତି ବିଦ୍ୟାର୍ଥୀମାନଙ୍କୁ  ପୁରସ୍କାର ସହ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ନାଲନ୍ଦା କଲେଜର ସନ୍ତୋଷ ତ୍ରିପାଠୀ ଉପସ୍ଥିତ ରହିଥିଲେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories