www.samajalive.in
Friday, December 12, 2025
26.1 C
Bhubaneswar

କନ୍ଧମାଳ ଜିଲାକୁ ଜାତୀୟ ପୁରସ୍କାର

ଫୁଲବାଣୀ : ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଜାତୀୟ ପୁରସ୍କାର ଲାଭ କରିଛି କନ୍ଧମାଳ ଜିଲା। ବିଶ୍ୱ ଟଏଲେଟ୍ ଦିବସ ପାଇଁ ସ୍ୱଚ୍ଛତା ଓ ପାଇଖାନା ବ୍ୟବହାରର ବାର୍ତ୍ତା ନେଇ ସାରା ଦେଶରେ ଜିଲାସ୍ତରରେ ହୋଇଥିଲା ପ୍ରତିଯୋଗୀତା। ଗତ ବର୍ଷ ନଭେମ୍ବର ନଅ ତାରିଖ ଠାରୁ ଉଣେଇଶ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ବିଭିନ୍ନ କାର୍ଯ୍ୟକ୍ରମ। ପ୍ରତି ଜିଲାର ଜିଲାପାଲଙ୍କ ତତ୍ତବବଧାନରେ ସ୍ୱଚ୍ଛ ଭାରତ ଜନ ଆନ୍ଦୋଳନ ଭାବେ ପ୍ରତିପାଦିତ କରିବାକୁ ପ୍ରଚେଷ୍ଟା କରାଯାଇଥିଲା। ଏହି ସମୟରେ ପଦଯାତ୍ରା, ଶୋଭାଯାତ୍ରା, କ୍ୟାଣ୍ଡେଲ ର୍ୟାଲି, ପ୍ରଦୀପ ପ୍ରଜ୍ଜୋଳନ,ମାରାଥନ୍ ସମେତ ଗାଁରେ ପହଞ୍ଚି କ୍ୟାମ୍ପ ଫାୟାର କାର୍ଯ୍ୟକ୍ରମରେ ଜିଲାପାଳ ଲୋକଙ୍କୁ ସଚେତନ କରାଇଥିଲେ। ଦେଶର ପଚିଶଟି ରାଜ୍ୟର ୪୧୨ ଜିଲା ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ବେଳେ ବାରଟି ଜିଲାକୁ ଶ୍ରେଷ୍ଠ ୧୦ ଜିଲା ପୁରସ୍କାର ପାଇଁ ମନୋନୟନ କରାଯାଇଛି। ଓଡିଶାରୁ କେବଳ କନ୍ଧମାଳକୁ ଏହି ପୁରସ୍କାର ମିଳିଛି।
ଏହି ପୁରସ୍କାର ସମସ୍ତଙ୍କର ସାଧୁ ଉଦ୍ୟମର ଫଳ ବୋଲି କହିଛନ୍ତି ଜିଲାପାଳ ଡା. ବୃନ୍ଦା ଡି। ଶ୍ରେଷ୍ଠ ୧୦ଟି ଜିଲା ବ୍ୟତୀତ ଅନ୍ୟ ୩୦ଟି ଜିଲାକୁ ତାଲିକାରେ ରଖାଯାଇଛି। ସେଥିରେ ଓଡିଶାର ଝାରସୁଗୁଡା, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲା ସ୍ଥାନ ପାଇଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories