ସିଡ୍ନୀ : ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ଟେଷ୍ଟ ଖେଳୁଥିବା ଅବସରରେ ଚେତେଶ୍ବର ପୂଜାରା ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ଟେଷ୍ଟର ଦ୍ବିତୀୟ ଦିନରେ ପୂଜାରା ୧୯୩ ରନ କରି ଆଉଟ ହୋଇଥିଲେ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ବଲ ଖେଳିବାରେ ପୂଜାରା ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ସିରିଜରେ ପୂଜାରା ଏପର୍ଯ୍ୟନ୍ତ ୧୨୫୮ଟି ବଲ ଖେଳିସାରିଲେଣି। ପୂର୍ବରୁ ରାହୁଲ ଦ୍ରାବିଡ ଅଷ୍ଟ୍ରେଲିଆ ବିପକ୍ଷ ଗୋଟିଏ ଟେଷ୍ଟ ସିରିଜରେ ୧୨୦୩ଟି ବଲ ଖେଳିଥିବାବେଳେ ତାଙ୍କ ପଛକୁ ବିଜୟ ହଜାରେ (୧୧୯୨ ବଲ) ତୃତୀୟ, ବିରାଟ କୋହଲି (୧୦୯୩ ବଲ) ଚତୁର୍ଥ ଓ ସୁନିଲ ଗାଭାସ୍କର (୧୦୩୨ ବଲ) ପଞ୍ଚମ ସ୍ଥାନରେ ରହିଛନ୍ତି।
Popular Categories



