www.samajalive.in
Tuesday, December 9, 2025
26.1 C
Bhubaneswar

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ୍‌

ସିଡ୍‌ନୀ : ଯୁବ ୱିକେଟରକ୍ଷକ ଋଷଭ ପନ୍ତ୍‌ ସଂପ୍ରତି ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଅପରାଜିତ ଶତକ ହାସଲ କରିଛନ୍ତି। ଏହି ଅବସରରେ ମହେନ୍ଦ୍ର ସିଂହ ଧୋନିଙ୍କର ୧୨ ବର୍ଷର ରେକର୍ଡ ଭାଙ୍ଗିବାରେ ପନ୍ତ୍‌ ସଫଳ ହୋଇଛନ୍ତି। ୱିକେଟରକ୍ଷକଭାବେ ବିଦେଶ ମାଟିରେ ସର୍ବାଧିକ ଟେଷ୍ଟ ରନ କରିବାରେ ଧୋନିଙ୍କୁ ଟପିଯାଇଛନ୍ତି ପନ୍ତ୍‌। ୨୦୦୬ରେ ଫୈସଲାବାଦରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଟେଷ୍ଟରେ ଧୋନି ୱିକେଟରକ୍ଷକଭାବେ ସର୍ବାଧିକ ୧୪୮ ରନ କରିଥିଲେ। ତେବେ ଶୁକ୍ରବାର ପନ୍ତ୍‌ ସିଡ୍‌ନୀରେ ଭାରତର ପ୍ରଥମ ଇନିଂସରେ ଅପରାଜିତ ୧୫୯ ରନ କରି ଏହି ରେକର୍ଡକୁ ଭଙ୍ଗ କରିଛନ୍ତି। ଏହାବ୍ୟତୀତ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶତକ ହାସଲ କରିବାରେ ପନ୍ତ୍‌ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟରକ୍ଷକ। ତାଙ୍କ ପୂର୍ବରୁ ଫାରୁକ୍‌ ଇଂଜିନିୟର ୧୯୬୭ରେ ଆଡିଲେଡ୍‌ ଟେଷ୍ଟରେ ୱିକେଟରକ୍ଷକଭାବେ ସର୍ବାଧିକ ୮୯ ରନ ସ୍କୋର କରିଥିଲେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories