www.samajalive.in
Sunday, December 14, 2025
23.1 C
Bhubaneswar

ଅଗଷ୍ଟ ୧୯ରେ ଆଇକନିକ୍ କ୍ରୀଡ଼ା ଆଇକନ୍ ପୁରସ୍କାର

ଭୁବନେଶ୍ୱର : ଆଇକନିକ୍ କ୍ରୀଡ଼ା ଆଇକନ୍ ପୁରସ୍କାର ଆସନ୍ତା ଅଗଷ୍ଟ ୧୯ରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ କ୍ରୀଡ଼ା ଉତ୍ସାହୀ, କିମ୍ବଦନ୍ତୀ, ଉଦୀୟମାନ ତାରକା ଏବଂ ଦିବ୍ୟାଙ୍ଗ ଏକତ୍ର ହେବେ। ଆଇକନିକ୍ ସ୍ପୋର୍ଟସ୍ ଆଇକନ୍ ପୁରସ୍କାରକୁ ତିନୋଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରାଯାଇଛି। ଯଥା କ୍ରୀଡ଼ା ଆଇକନ୍ ପୁରସ୍କାର ଏବଂ ଆଇକନିକ୍ କ୍ରୀଡ଼ା ପୁରସ୍କାର ଓ ଦିବ୍ୟାଙ୍ଗଙ୍କ ପାଇଁ କ୍ରୀଡ଼ା ଉତ୍କର୍ଷ ପୁରସ୍କାର। ୨୨ଟି କ୍ରୀଡ଼ା ବର୍ଗରେ ଏହି ପୁରସ୍କାର ମିଳିବ। ସେଥିମଧ୍ୟରେ ରହିଛି କ୍ରିକେଟ୍, ବ୍ୟାଡମିଣ୍ଟନ୍, ଫୁଟବଲ୍, ହକି, କବାଡି, ରେସଲିଂ, ଆଥଲେଟିକ୍ସ, ଟେନିସ୍, ଶୁଟିଂ, ଟେବୁଲ୍ ଟେନିସ୍, ଚେସ୍, ବାସ୍କେଟବଲ୍, ଭଲିବଲ୍, ଭାରୋତ୍ତୋଳନ, ସନ୍ତରଣ, ତୀରନ୍ଦାଜ, ଜିମ୍ନାଷ୍ଟିକ୍, ସାଇକେଲ ଚଲାଇବା, ୱଶୁ, କରାଟେ ରୋଲର୍ ସ୍କେଟିଂ, ଗେଟ୍ ବଲ୍ ଏବଂ ପାରା ସ୍ପୋର୍ଟସ୍।

ସ୍ପୋର୍ଟସ୍ ଆଇକନ୍ ପୁରସ୍କାର ହେଉଛି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ। ଯେଉଁ ବ୍ୟକ୍ତିବିଶେଷମାନେ ନିଜ ଜୀବନକାଳ ମଧ୍ୟରେ ନିଜ ନିଜ କ୍ରୀଡ଼ାରେ ମହତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ସେମାନେ ଏହି ପୁରସ୍କାରରେ ସମ୍ମାନିତ ହେବେ। ଆଇକନିକ୍ କ୍ରୀଡ଼ା ପୁରସ୍କାର: ଆଇକନିକ୍ ସ୍ପୋର୍ଟସ୍ ପୁରସ୍କାରଗୁଡ଼ିକ ବର୍ତ୍ତମାନର ଏବଂ ଆଗାମୀ ପ୍ରତିଜ୍ଞାକାରୀ ପ୍ରତିଭାକୁ ସ୍ୱୀକୃତ ଦେଇଥାଏ। ଖେଳାଳୀ ଏବଂ ଉଦୀୟମାନ ତାରକା ତଥା ଆଥଲେଟ୍ସ ମାନେ କ୍ରୀଡ଼ାର ଭବିଷ୍ୟତ ଏବଂ ସେମାନଙ୍କର ଉତ୍ସର୍ଗୀକୃତତା, ଦକ୍ଷତା ଏବଂ ଉତ୍ସାହକୁ ପ୍ରତିନିଧିତ୍ୱ କରନ୍ତି। ଏହା ସହ ଦିବ୍ୟଙ୍ଗଙ୍କ ପାଇଁ କ୍ରୀଡ଼ା ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଷ୍ଠାତା ଡକ୍ଟର ଚିଦାତ୍ମିକା ଖଟୁଆ ସୂଚନା ଦେଇଛନ୍ତି। ଅନ୍ୟତମ ପ୍ରତିଷ୍ଠାତା ସଞ୍ଜୟ ଚୌଧୁରୀ ଏବଂ ସେଖ ଅବଦୁଲ ସମିମ୍ ଓ ଉପସଭାପତି ଡ. ରଜନୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories