www.samajalive.in
Thursday, December 11, 2025
23.1 C
Bhubaneswar

ଜନତା ହାଇସ୍କୁଲରେ ଡ.ଆମ୍ବେଦକର ଟ୍ରଷ୍ଟ ପକ୍ଷରୁ ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡଭଗ। ଜନତା ହାଇସ୍କୁଲରେ ୬ଷ୍ଠ  ଶ୍ରେଣୀରୁ ୧୦ମ  ଶ୍ରେଣୀରେ ପଢ଼ୁଥିବା ୩୮୧ଜଣ ପିଲାଙ୍କୁ ଡ.ଆମ୍ବେଦକର ଟ୍ରଷ୍ଟ ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସାଧାରଣ ବୈଠକରେ  ଟ୍ରଷ୍ଟର  ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ସ୍ବତନ୍ତ୍ର ସଚିବ ଲଲାଟ ଲୁହା, କେନ୍ଦୁଝରର  ସ୍ବତନ୍ତ୍ର ଉନ୍ନୟନ ଅଧିକାରୀ  ଗୁଣମଣି  ସୁନାନି, ଜେଏସଟି, ସିଟିଏସ ବରଗଡ଼ ର ଦୀନେଶ  ବାଗ, ରାଉରକେଳା ପି ଡବ୍ଲ ଡି ର ସୁପରିଷ୍ଟେଣ୍ଡେଣ୍ଟ ଇଞ୍ଜିନିୟର ମନୋଜ କୁମାର ମହାନନ୍ଦ, ବରଗଡ଼ ଶିକ୍ଷା ଅଧିକାରୀ  ରାଧାକାନ୍ତ ଛତ୍ରୀ, ଗୋଡଭଗା ୟୁକୋ ବ୍ୟାଙ୍କ ପ୍ରବନ୍ଧକ  ଗୁରୁଚରଣ ହରିପାଲ, ସୁନ୍ଦରଗଡ଼ ମେଡ଼ିକାଲ୍ କଲେଜର ଆସୋସିଏଟ ପ୍ରଫେସର ଡୋଲାମଣି ତାଣ୍ଡି, କଳାମାଟିର ପୂର୍ବତନ  ସରପଞ୍ଚ  ଶ୍ରୀହରି   ନାଗ, ସଭ୍ୟ ଉଦ୍ଧବ ମହାନନ୍ଦ, ପ୍ରଧାନ ଶିକ୍ଷକ ଅଦନ ସୁନା  ମଞ୍ଚାସୀନ ଥିଲେ ।
ଶିକ୍ଷୟିତ୍ରୀ ନନ୍ଦିନୀ ହୋତା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ପ୍ରଥମେ ଡଃ ଆମ୍ବେଦକର  ଙ୍କ ଫଟୋଚିତ୍ର ରେ ମଞ୍ଚାସିନ ଅତିଥିଙ୍କ ଦ୍ଵାରା  ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ  କରାଯାଇଥିଲା। ଶ୍ରୀ ଲୁହା ନିଜ ଅଭିଭାଷଣରେ  ଟ୍ରଷ୍ଟର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହାପରେ ଶିକ୍ଷୟିତ୍ରୀ ରଞ୍ଜୁଳତା ମିଶ୍ରଙ୍କ  ମାର୍ଗଦର୍ଶନରେ  ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଡ. ଆମ୍ବେଦକରଙ୍କ ଆଦର୍ଶ ଜୀବନୀ ଉପରେ ପ୍ରତିଯୋଗିତା  ହୋଇଥିଲା । ଏଥିରେ  ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ରଖି କୃତୀ ପ୍ରତିଯୋଗୀଙ୍କୁ  ୬୦୦୦ ଟଙ୍କା ଅର୍ଥ ରଦି ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିଲା । ଏତଦ୍ ବ୍ୟତୀତ  ବୁର୍ଲା ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଗୋଡ଼ଭଗ ର ଜଣେ ମେଧାବୀ ଛାତ୍ର ଙ୍କୁ  ୧୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର  ଛାତ୍ରୀମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।ସେମାନଙ୍କୁ ମଧ୍ୟ  ଟ୍ରଷ୍ଟ ପକ୍ଷରୁ ୧୩୦୦ ଟଙ୍କା ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ପରିଶେଷରେ ପ୍ରଧାନ ଶିକ୍ଷକ ଅଦନ ସୁନା  ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories