www.samajalive.in
Thursday, December 11, 2025
18.1 C
Bhubaneswar

ସନାତନ ବେହେରା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସମ୍ବଲପୁର: ସମ୍ବଲପୁର ଜିଲା କ୍ରିଡା ସଂଘ ତରଫରୁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଡ. ସନାତନ ବେହେରା ମେମୋରିଆଲ ଲିଗ ତଥା ନକ ଆଉଟ ଫୁଟବଲ ପ୍ରତିଯୋଗିତା ଶନିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ପ୍ରତିଯୋଗିତାରେ ସମୁଦାୟ ୩୯ଟି ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ୨୪ଟି ଦଳ ଭାଗ ନେଉଛନ୍ତି। ପ୍ରତିଯୋଗୀତାକୁ ମୁଖ୍ୟ ଅତିଥି ରୂପେ ଏନଏଲସି ଇଣ୍ଡିଆ ଲିମିଟେଡର ମୁଖ୍ୟ ସାଧାରଣ ପରିଚାଳକ ଚେରୁକୁ ଦୟାନନ୍ଦ ଯୋଗ ଦେଇ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଏନଏଲସି ଇଣ୍ଡିଆର ଏଚଆର ମୁଖ୍ୟ ସୁବ୍ରତ କୁମାର ବିଶ୍ୱାଳ, ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ, ଉପ ସଭାପତି ସାବିର ଅହମ୍ମଦ, ଫୁଟବଲ ସମ୍ପାଦକ ଅବଦୁଲ ଗଫାର ଙ୍କ ସମେତ ଜିଲା କ୍ରିଡା ସଂଘର ସମସ୍ତ ପଦାଧିକାରୀ ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଉଦଘାଟନୀ ମ୍ୟାଚରେ ଅନାମିକା କ୍ଲବ ଓ ଏମସିସି ଦଳ ମଧ୍ୟରେ ଆୟୋଜିତ ହୋଇଥିଲା ଏବଂ ଅନାମିକା କ୍ଲବ ୫ – ୨ ଗୋଲରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନିତ ହୋଇଛି। ମ୍ୟାଚରେ ବେଷ୍ଟ ପ୍ଲେୟାରର ପୁରସ୍କାର ଶେଖ ଅଂଶୁଙ୍କୁ ପ୍ରଦାନ କରାଯାଇଛି। ରେଫରୀ ରୂପେ ପରେଶ ଭୋଇ, ପରେଶ ମିର୍ଦ୍ଧା, ଜୟନ୍ତ ପିଙ୍ଗ ଓ ଅରୁଣ ଭୋଇ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଏକ ମାସ ଧରି ଆୟୋଜିତ ହୋଇ ଆଗାମୀ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories