www.samajalive.in
Tuesday, December 9, 2025
15.1 C
Bhubaneswar

ମାନ୍ଧାତା ବାବା ମହାବିଦ୍ୟାଳୟର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ସ୍ଥାନୀୟ ମାନେଶ୍ୱର ସ୍ଥିତ ମାନ୍ଧାତା ବାବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମାନ୍ଧାତା ବାବାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରାରମ୍ଭରେ ମହାବିଦ୍ୟାଳୟର ପ୍ରତିଷ୍ଠାରେ ସହଯୋଗ କରିଥିବା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ମାନେ ବନ୍ଦେ ମାତରଂ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନେଶ୍ୱର ତହସିଲଦାର ଜ୍ୟୋତ୍ସ୍ନା ରାଣୀ ସାହୁ, ମୁଖ୍ୟବକ୍ତା ରୂପେ ଡ. ମୁରଲୀଧର ମାଝୀ ଓ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ତହସିଲଦାର ସୋନାଲି ଦଳାଇ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଗତ୍ପାରାମ ଘଡିଏଲ ବିବରଣୀ ପ୍ରଦାନ ରିଥିବା ବେଳେ ପ୍ରତିଷ୍ଠାତା ସଦସ୍ୟ ସନ୍ତୋଷ କୁମାର ପ୍ରଧାନ, ସୁର୍ଯ୍ୟ କୁମାର ପୁରୋହିତ ଓ ହୀରାଲାଲ ବାରିକ ମହାବିଦ୍ୟାଳୟ ସମ୍ପର୍କରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ୨୦୨୪ ମସିହାରେ ଯୁକ୍ତ ୨ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୨ ଜଣ ଛାତ୍ରଛାତ୍ରୀ ଶ୍ରୀମାନ ପ୍ରେମ କୁମାର ମହାକୁର ଓ କୁମାରୀ ଅଭିପସା ମେହେରଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଅତିଥି ମାନଙ୍କୁ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ, ତର୍କ ଓ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରାଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ ତଥା କର୍ମଚାରୀ ଧର୍ମେନ୍ଦ୍ର ଦାସ, ପ୍ରଦୀପ ସାହୁ, ପ୍ରକାଶ ହୋତା, ପଦ୍ମନ ଗୁରୁ, ଚକ୍ରପାଣି ଛଚ୍ଛର, ପିଣ୍ଟୁ ରାଉତ, ଅମ୍ବିକା ମିସ୍ତ୍ରୀ ସହଯୋଗ କରିଥିଲେ। ସଭାକୁ ଅଧ୍ୟାପକ ତୋଷଧର ବାରିକ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସତ୍ୟନାରାୟଣ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories