www.samajalive.in
Tuesday, December 9, 2025
16.1 C
Bhubaneswar

ଘର ଭାଙ୍ଗିଲେ, ଧାନ ଚାଉଳ ଖାଇଗଲେ ହାତୀପଲ

ଝୁମ୍ପୁରା: ଚମ୍ପୁଆ ରେଞ୍ଜ ଉଖୁଣ୍ଡା ବନାଚଂଳରେ ହାତୀ ମାନେ ଏକ ସପ୍ତାହ ହେବ ବିଭିନ୍ନ ଗ୍ରାମରେ ପଶି କ୍ଷୟ କ୍ଷତି କରି ଚାଲିଥିଲେ ମଧ୍ୟ ହାତୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରୀତ କରିବା ଦିଗରେ ବନ ବିଭାଗ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ହାତୀପଲ ବାରିଆ ଜଙ୍ଗଲରେ ଶୁକ୍ରବାର ଦିନ ଆଶ୍ରୟ ନେଇଥିଲେ। ସେହି ରାତିରେ ବାରିଆ ଜଙ୍ଗଲରୁ ହାତୀ ପଲ ବାହାରି କେନ୍ଦୁଆ ଓ ରାଣୀପୁର ଗ୍ରାମରେ ପଶି ତାଣ୍ଡବ ରଚିଥିଲେ। ହାତୀ ମାନଙ୍କ ଗତିବିଧି ଲକ୍ଷ କରିବା ପାଇଁ ବନ ବିଭାଗର କର୍ମଚାରୀ ହାତୀ ଆଶ୍ରୟ ନେଇଥିବା ସ୍ଥାନରେ ରହିଥିଲେ ମଧ୍ୟ ବନ ବିଭାଗୀ କର୍ମଚାରୀ ମାନଙ୍କୁ ଚକମା ଦେଖାଇ ହାତୀ ମାନେ ହଠାତ ଗତିପଥ ବଦଳାଇ ଗାଁ ଭିତରକୁ ପଶି ଯାଇ ତାଣ୍ଡବ ରଚୁଛନ୍ତି। ହାତୀ ମାନେ କେନ୍ଦୁଆ ଗ୍ରାମର ମଙ୍ଗଳୁ ମୁଣ୍ଡା, ମୁଟୁ ମୁଣ୍ଡା, ମୋହନ ମୁଣ୍ଡା ସେହିପରୀ ରାଣୀପୁର ଗ୍ରାମର ପାଣ୍ଡବ ବଦ୍ରା, ମକରା ମୁଣ୍ଡା, କସ୍ତୁରୀ ନାଏକ, ବିଦ୍ୟାଧର ମହାକୁ. ମଦନା ମୁଣ୍ଡା, ସଞ୍ଜୟ ମୁଣ୍ଡାଙ୍କ ଘର ଭାଙ୍ଗିବା ସହିତ ଘର ଭିତରେ ସାଇତି ରଖିଥିବା ଧାନ ଚାଉଳକୁ ଶୁଣ୍ଢରେ ଟେକି ଆଣି ମନଇଛା ଖାଉଛନ୍ତି। ହାତୀ ଗ୍ରାମ ଭିତରକୁ ପଶିଥିବା ସମ୍ପର୍କରେ ଗ୍ରାମବାସୀ ବନ ବିଭାକୁ ଖବର ଦେଇଥିଲେ ମଧ୍ୟ ବନ ବିଭାଗର ଅଧିକାରୀ ମାନେ ବିଳମ୍ବରେ ପହଚୁ ଥିବାରୁ ହାତୀ ପଲ ଗ୍ରାମରେ ପଶି ମନଇଚ୍ଛା ଉପଦ୍ରବ କରୁଛନ୍ତି ବୋଲି ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories