www.samajalive.in
Saturday, December 6, 2025
17.1 C
Bhubaneswar

ଅଗ୍ନିବୀରଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମିଳିବ ୧୦% ସଂରକ୍ଷଣ

ଭୁବନେଶ୍ବର : ଅଗ୍ନିବୀର ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ବିଏସଏଫ, ସିଆଇଏସଏଫ ଏବଂ ଆରପିଏଫରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ଘୋଷଣା କରାଯାଇଛି। ଏହାସହିତ କନଷ୍ଟେବଳ ପାଇଁ ମଧ୍ୟ କୋହଳ ସୁବିଧା ମିଳିବ। ଏଥିସହିତ ବୟସ ଓ ଶାରୀରିକ ପରୀକ୍ଷାରେ ମଧ୍ୟ କୋହଳ ସୁବିଧା ମିଳିବ। ସେନାବାହିନୀରେ ଭର୍ତ୍ତି ହୋଇନଥିବା ଅଗ୍ନିବୀରଙ୍କୁ ରାଜ୍ୟରେ ୧୦% ସଂରକ୍ଷଣ ମିଳିବ ଏବଂ ଓଡ଼ିଶାରେ ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ୧୦% ସ୍ଥାନ ସଂରକ୍ଷଣ ସହ ବୟସ କ୍ଷେତ୍ରରେ ୫ ବର୍ଷ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ। ଆମର ଅଗ୍ନିବୀମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି। ଅଗ୍ନିବୀର ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଯୁଗାନ୍ତକାରୀ ଯୋଜନା। ଏହି ଯୋଜନା ଦେଶର ଯୁବସମାଜକୁ ଦକ୍ଷ, ସାହାସୀ ଓ ଯୋଗ୍ୟ କରିବାରେ ସହାୟକ ହୋଇଛି। ଜୀବନର ସବୁ କ୍ଷେତ୍ରରେ ଆହ୍ବାନକୁ ଗ୍ରହଣ କରିପାରୁଥିବା ଯୁବସମାଜ ଗଠନରେ ଏହି ଯୋଜନାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ରାଜ୍ୟ ସରକାର ଓଡିଶାର ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

- Advertisement -

ମୁଁ ଏଠାରେ ଘୋଷଣା କରୁଛି ଯେ ଓଡିଶାର ଯେଉଁ ଅଗ୍ନିବୀର୍‌ ମାନେ ସେନାବାହିନୀରେ ଭର୍ତ୍ତି ହୋଇ ନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ।ସେମାନଙ୍କ ପାଇଁ ବୟସ ସୀମା ମଧ୍ୟ ୫ ବର୍ଷ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ), ସଶସ୍ତ୍ର ସୀମା ବଳ (ଏସଏସବି), ରେଳବାଇ ସୁରକ୍ଷା ବଳ (ଆରପିଏଫ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଓ ସୀମା ସୁରକ୍ଷା ବଳ (ବିଏସଏଫ)ରେ ୧୦% ସଂରକ୍ଷଣ ଓ ବୟସ କୋହଳ କରାଯିବ ବୋଲି ସିଆରପିଏଫ ମହାନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି।  ଏହି ସଂରକ୍ଷଣ ଓ ବୟସ କୋହଳ ହେବା ଦ୍ୱାରା ସିଆରପିଏଫ ସମେତ ସମସ୍ତ କେନ୍ଦ୍ରୀୟ ସୁରକ୍ଷା ବଳକୁ ପ୍ରଶିକ୍ଷିତ ମାନବ ସମ୍ବଳ ମିଳିବା ସୁନିଶ୍ଚିତ ହେବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ପ୍ରଥମ ବ୍ୟାଚର ଅଗ୍ନିବୀର ମାନେ ଯଦି ସିଆରପିଏଫରେ ଯୋଗ ଦେବେ, ସେ କ୍ଷେତ୍ରରେ ୫ ବର୍ଷ ବୟସ କୋହଳ କରାଯିବ। ଏହାଛଡା ସେମାନଙ୍କ ମନୋନୟନ ପାଇଁ ୧୦% ଚାକିରୀରେ ସଂରକ୍ଷଣ ମଧ୍ୟ ଲାଗୁ ହେବ। ସେମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ମଧ୍ୟ ଦେବାକୁ ପଡିବ ନାହିଁ। ସେହିପରି ଦ୍ଵିତୀୟ ବ୍ୟାଚ ଅଗ୍ନିବୀରଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯିବ ବୋଲି ସିଆରପିଏଫ ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories