www.samajalive.in
Saturday, December 6, 2025
23.1 C
Bhubaneswar

ଆପଣାନ୍ତୁ ଏହି ଘରକରଣା ଟିପ୍ସ : ନିତିଦିନିଆ ସମସ୍ୟାରୁ ମିଳିବ ମୁକ୍ତି

ଘରକରଣା ଏକ ସାଧାରଣ କାମ ନୁହେଁ। ସଠିକ ଉପାୟ ଜଣା ନଥିଲେ ଘରକରଣାରେ ଅନେକ ସମସ୍ୟା ମଧ୍ୟ ଉପୁଜିଥାଏ। ତରବରିଆ ହୋଇ କାମ କଲାବେଳେ ବା ଅସାବଧାନତା ଯୋଗୁଁ,କେତେବେଳେ ଘରେ ଥିବା ଜିନିଷ ନଷ୍ଟ ହୁଏ ତ କେତେବେଳେ ଖାଦ୍ୟପେୟ। ତେବେ ଚାଲନ୍ତୁ ଜାଣିବା ଏମିତି କିଛି ଘରକରଣା ଟିପ୍ସ ଯାହା ଆପଣଙ୍କ ନିତିଦିନିଆ କାମକୁ ଖୁବ୍ ସହଜ କରିଦେବା ସହ ଜିନିଷ ବା ଖାଦ୍ୟ ସାମଗ୍ରୀ ଗୁଡ଼ିକୁ ନଷ୍ଟ ହେବାରୁ ବଞ୍ଚାଇବ –

• କଞ୍ଚା କଦଳୀ କାଟିବା ସମୟରେ କଦଳୀ କଷ ବା ଅଠା ଲାଗି ହାତ କଳା ପଡ଼ିଯାଇଥାଏ ଓ ଏହାକୁ ଛଡ଼ାଇବା ଖୁବ୍ କଷ୍ଟକର ହୋଇଥାଏ। ତେଣୁ ଏଥିରୁ ଯଦି ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କଦଳୀ କାଟିବା ପୂର୍ବରୁ ହାତରେ ସୋରିଷ ତେଲ ଲଗାଇ କଦଳୀ କାଟନ୍ତୁ। କଷ ଲାଗିବନି।
• ପ୍ୟାକେଟ୍ ରୁ ବିସ୍କୁଟ୍ ବାହାର କରି ଡବାରେ ରଖିଲେ ତାହା ଅଧିକ ଦିନ ପର୍ୟ୍ୟନ୍ତ ରହିନଥାଏ। ଶୀଘ୍ର ନରମ ହୋଇଯାଏ। ତେଣୁ ଡବାରେ ବିସ୍କୁଟ୍ ରଖିବା ପୂର୍ବରୁ ଅଳ୍ପ ଚିନି ଏକ ଡବାରେ ରଖି ସେଥିରେ ବିସ୍କୁଟ୍ ରଖନ୍ତୁ। ବିସ୍କୁଟ୍ ଶୀଘ୍ର ନରମ ହେବନି ଓ ଅଧିକଦିନ ପର୍ଯ୍ୟନ୍ତ ରହିବ।
• ଖାଦ୍ୟ ପ୍ରସ୍ତୁତି ସମୟରେ କୌଣସି ଜିନିଷକୁ ଛାଣିବା ତେବେ ତେଲ ଗରମ ହୋଇଯିବା ପରେ ସେଥିରେ ଅଳ୍ପ ଲୁଣ ପକାଇ ଛାଣିବେ, ଯାହାଫଳରେ ଛଣା ହୋଇଥିବା ଖାଦ୍ୟ କମ୍ ତେଲ ଶୋଷଣ କରିବ।
• ଲେମ୍ବୁକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବାକୁ ଚାହୁଁଥିଲେ, ଏକ ଡବାରେ ଲେମ୍ବୁକୁ ଭର୍ତ୍ତିକରି ଫ୍ରିଜ୍ ରେ ରଖିନ୍ତୁ। ଏହାଦ୍ବାରା ଲେମ୍ବୁ ଅଧିକ ଦିନ ପର୍ୟ୍ୟନ୍ତ ସତେଜ ରହିବ।
• ଅନେକ ସମୟରେ ଆମେ ଅଣ୍ଡା ଆଣି ଘରେ ରଖିଦେଇ ଥାଆନ୍ତି। ତାକୁ ରୋଷେଇ କରିବା ସମୟରେ ତାହା ଭଲ ଅଛି କି ନାହିଁ ତାହା ଜାଣିପାରନ୍ତି ନାହିଁ। ତେବେ ଏହା ଜାଣିବା ପାଇଁ ଏକ ପାତ୍ରରେ ପାଣି ନେଇ ଅଣ୍ଡା ରଖନ୍ତୁ। ଯଦି ଅଣ୍ଡା ଭାସିଲା ତବେ ଆପଣ ଜାଣିବେ ଅଣ୍ଡା ଖରାପ ହୋଇଯାଇଛି। ଆଉ ଯଦି ବୁଡ଼ିଗଲା ତେବେ ଅଣ୍ଡା ଭଲ ଅଛି।
• କଞ୍ଚାଲଙ୍କାକୁ ଫ୍ରିଜ୍ ରେ ଖୋଲା ରଖିଲେ ତାହା ଦୁଇ ତିନି ଦିନ ପରେ ଶୁଖିଯାଏ ବା ପଚିଯାଏ ଓ ଜରିରେ ବାନ୍ଧି ରଖିଲେ ମଧ୍ୟ ତାହା ଦୁଇ ତିନିଦିନ ପରେ ଖରାପ ହୋଇଯାଏ। ତେଣୁ କଞ୍ଚା ଲଙ୍କାକୁ ଅଧିକ ଦିନ ପର୍ଯ୍ୟନ୍ତ ପାଇଁ ପ୍ରଥମେ ଲଙ୍କାକୁ ଭଲ ଭାବେ ଧୋଇ ତା ଡେମ୍ଫ ଗୁଡ଼ିକୁ ଭାଙ୍ଗିଦେଇ ତାକୁ ଏକ ଏୟାର ଟାଇଟ୍ ଡବାରେ ରଖି ବନ୍ଦ କରି ଦିଅନ୍ତୁ। ଏହା ଫ୍ରିଜ୍ ରେ ୨୦ ଦିନ ପର୍ଯ୍ୟନ୍ତ ରହି ପାରିବ।
• ଡାଲି ଜାତୀୟ ଜିନିଷରେ ଖୁବ୍ ଶୀଘ୍ର ପୋକ ଲାଗିଯାଏ। ତେବେ ଡାଲିରେ ପୋକ ନ ଲାଗିବା ପାଇଁ ଡାଲିରେ ଶୁଖିଲା ଲଙ୍କା ପକାଇ ରଖନ୍ତୁ ଓ ତାକୁ ବନ୍ଦ କରି ରଖନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ରହିବ।
• ଭୃଷଙ୍ଗ ପତ୍ରକୁ ବହୁତ ଦିନ ପର୍ୟ୍ୟନ୍ତ ଫ୍ରିଜ୍ ରେ ରଖିବା ପାଇଁ ହେଲେ ପ୍ରଥମେ ଭୃଷୁଙ୍ଗ ପତ୍ରକୁ ପାଣିରେ ଭଲ ଭାବେ ଧୋଇ ଦେଇ କିଛି ସମୟ ଖୋଲା ରଖି ଦିଅନ୍ତୁ। ପତ୍ରରୁ ପାଣି ଛାଡ଼ିବା ପରେ ପତ୍ରଗୁଡ଼ିକ ଡେମ୍ଫରୁ ଅଲଗା କରି ଏକ ଏୟାର ଟାଇଟ୍ ଡବାରେ ରଖି ତାକୁ ବନ୍ଦ କରି ଫ୍ରିଜ୍ ରେ ରଖିଦିଅନ୍ତୁ। ଏହାଦ୍ବାରା ଅଧିକ ଦିନ ପର୍ଯ୍ୟନ୍ତ ଭୃଷଙ୍ଗ ପତ୍ରକୁ ରଖି ପାରିବେ।
• ଯଦି ଆପଣ ଫ୍ରିଜ୍ କୁ ଭଲ ପୋଛିବା ସତ୍ତ୍ୱେ ଫ୍ରିଜ୍ ରୁ ଦୁର୍ଗନ୍ଧ ବାହାରୁଛି ତେବେ ଲେମ୍ବୁକୁ ଫାଳ କରି ଫ୍ରିଜ୍ ର ଅଲଗା ଅଲଗା ଥାକରେ ରଖିଦେବେ। ଫ୍ରିଜ୍ ରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯିବ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories