www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶାରେ ପୁଣି ବାତ୍ୟା ସମ୍ଭାବନା: ୭ଟି ଜିଲାରେ ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଏକ ଚକ୍ରବାକ ବାତ୍ୟା ସମ୍ଭାବନା ଦେଖା ଦେଇଛି। ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ ଚୀନରୁ ଉତ୍ପନ୍ନ ‘ପାବୁକ’ ଚକ୍ରବାକ ବାତ୍ୟା ଆଣ୍ଡାମାନ ଦେଇ ଓଡ଼ିଶା ଆଡ଼କୁ ମୁହାଁଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୭ଟି ଜିଲାରେ ହାଇଏଲର୍ଟ ଜାରି କରିଛି। ସେଗୁଡ଼ିକ ମଧ୍ୟରୁ ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରପଡ଼ା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲା ଅନ୍ୟତମ। ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେବା ସହ ମତ୍ସଜୀବୀଙ୍କୁ ସମୁଦ୍ରରେ ମାଛ ଧରିବାକୁ ୨ଦିନ ପାଇଁ ବାରଣ କରାଯାଇଛି।
ପାଣିପାଗ ସୂଚନା ଅନୁଯାୟୀ ଚକ୍ରବାକ ‘ପାବୁକ୍‍’ ୩ଜାନୁୟାରୀ ୨୦୧୯ରେ ଆଣ୍ଡାମାନରୁ ୧୫୦୦କିମି ଦୂରରେ ଥିଲା। ଏହି ଝଡ଼ ୬ଜାନୁୟାରୀରେ ଆଣ୍ଡାମାନ ଅତିକ୍ରମ କରି ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ବାତ୍ୟା ଓଡ଼ିଶା ଅତିକ୍ରମ କରି ଜାନୁୟାରୀ ୭-୮ତାରିଖ ସୁଦ୍ଧା ମିୟାମାଁର ଆଡ଼କୁ ମୁହାଁଇବା ସହ ଦୁର୍ବଳ ହେବାର ସମ୍ଭାବନା ରହିଛି।
ଗତ ବର୍ଷ ଅକ୍ଟୋବରରେ ଓଡ଼ିଶାରେ ‘ତିତଲି’ ପ୍ରଭାବରେ ରାଜ୍ୟରେ ୫୭ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରବଳ ବର୍ଷା ହେତୁ ଏକାଧିକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବାତ୍ୟା ପ୍ରଭାବରେ ୫୭,୧୩୧ଟି ଘର ଭାଙ୍ଗି ଯାଇଥିଲା। କ୍ଷୟକ୍ଷତିର ଆନୁମାନିକ ମୂଲ୍ୟ ୨୨୦୦କୋଟି ଆକଳନ କରାଯାଇ ଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories