www.samajalive.in
Monday, December 8, 2025
14.1 C
Bhubaneswar

ଲୋକସଭାରେ ବଜେଟ ଆଲୋଚନା, ବେକାରୀ ପ୍ରସଙ୍ଗରେ ସରକାରୀ ଉଦାସୀନତା ମୁଖ୍ୟ ପ୍ରସଙ୍ଗ

ଡେସ୍କ: ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷପାଇଁ କେନ୍ଦ୍ର ବଜେଟ୍ ଉପରେ ଆଲୋଚନା ଆରମ୍ଭ ହୋଇଛି। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ପାଇଁ ମଧ୍ୟ ବଜେଟ୍ ଉପରେ ଗୃହରେ ଆଲୋଚନା ଚାଲିଛି। ଆଲୋଚନା ଆରମ୍ଭ କରି କଂଗ୍ରେସର କୁମାରୀ ଶୈଲଜା ବେକାରୀ ପ୍ରସଙ୍ଗ ଉଠାଇ କହିଥିଲେ ଯେ ଦେଶରେ ଏହା ଦିନକୁ ଦିନ ବୃଦ୍ଧି ପାଉଛି। କେନ୍ଦ୍ର ସରକାରଙ୍କ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତା ହରିୟାଣାରେ ବେକାରୀ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଅଗ୍ନିବୀର ଯୋଜନାକୁ ନେଇ ସେ ସରକାରଙ୍କୁ ସମାଲୋଚନା କରିବା ସହ ଏହି ଯୋଜନା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସରକାର ବଜେଟରେ କୃଷକ ଓ ଶ୍ରମିକଙ୍କୁ ଅଣଦେଖା କରିଛନ୍ତି ବୋଲି ଶ୍ରୀମତୀ ସେଲଜା ଅଭିଯୋଗ କରିଛନ୍ତି। ସରକାର କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରିବା ସହ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ଦୈନିକ ୪୦୦ ଟଙ୍କା ଧାର୍ଯ୍ୟ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଆଲୋଚନାରେ ଭାଗ ନେଇ ବିଜେପିର ବିପ୍ଲବ କୁମାର ଦେବ କହିଛନ୍ତି ଯେ ୨୦୧୪ରେ ଯେତେବେଳେ ବିଜେପି ସରକାର କ୍ଷମତାକୁ ଆସିଥିଲା ସେତେବେଳେ ଭାରତ ୫ଟି ଦୁର୍ବଳ ଦେଶ ମଧ୍ୟରେ ଥିଲା। ଶ୍ରୀ ଦେବ କହିଛନ୍ତି, ନରେନ୍ଦ୍ର ମୋଦି ସରକାର ଅର୍ଥନୈତିକ ବ୍ୟବସ୍ଥାକୁ ସ୍ୱଚ୍ଛ କରିଛନ୍ତି। ଅର୍ଥନୈତିକ ସର୍ବେକ୍ଷଣରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ୬.୫ରୁ ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ସେ ଦେଶର ଆବଶ୍ୟକତା ଉପରେ କେନ୍ଦ୍ରିତ ବଜେଟ୍ ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ଦେବ କହିଛନ୍ତି ଯେ ୨୦୨୩-୨୪ ତୁଳନାରେ ପୁଞ୍ଜି ବ୍ୟୟ ୧୮ ପ୍ରତିଶତ ଅଧିକ ରଖାଯାଇଛି ଅର୍ଥାତ୍ ମୌଳିକ ସେବା ଓ ରୋଜଗାର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଆର୍ଥିକ ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ସେ କହିଥିଲେ ।

- Advertisement -

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଜେଟରେ ଉତ୍ତରପ୍ରଦେଶକୁ ଅଣଦେଖା କରିଛନ୍ତି ବୋଲି ସମାଜବାଦୀ ପାର୍ଟିର ବୀରେନ୍ଦ୍ର ସିଂହ ଅଭିଯୋଗ କରିଛନ୍ତି।

ଆଲୋଚନାରେ ଭାଗ ନେଇ ତୃଣମୂଳ କଂଗ୍ରେସର ଅଭିଷେକ ବାନାର୍ଜୀ ନିଯୁକ୍ତି, ବିମୁଦ୍ରାକରଣ ଏବଂ ବିରୋଧୀ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ। ସରକାର ପ୍ରତିଶ୍ରୁତି ଓ ଗ୍ୟାରେଣ୍ଟିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଶ୍ରୀ ବାନାର୍ଜୀ ମଧ୍ୟ ନିଟ୍ ପ୍ରସଙ୍ଗକୁ ସମାଲୋଚନା କରିଥିଲେ। ନିକଟରେ ହୋଇଥିବା ରେଳ ଦୁର୍ଘଟଣା ସମ୍ପର୍କରେ ଶ୍ରୀ ବାନାର୍ଜୀ କହିଛନ୍ତି ଯେ ବଜେଟରେ ରେଳ ସୁରକ୍ଷା ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ। ବଜେଟକୁ ସେ ଗରିବ ବିରୋଧୀ ବୋଲି ବର୍ଣ୍ଣନା କରିଛନ୍ତି।

ବଜେଟରେ କେନ୍ଦ୍ର ସରକାର ତାମିଲନାଡୁକୁ ଅଣଦେଖା କରିଛନ୍ତି ବୋଲି ଡିଏମକେ ନେତା ଦୟାନିଧି ମାରନ ଅଭିଯୋଗ କରିଛନ୍ତି। ସେ ମୁଦ୍ରାସ୍ଫୀତି ବିଷୟରେ ମଧ୍ୟ କହିଥିଲେ ଏବଂ କହିଛନ୍ତି ଯେ ଦେଶର ଲୋକଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ। ବିପୁଳ ଟିକସ ଉପରେ ଶ୍ୱେତପତ୍ର ଦେବାକୁ ସେ ଦାବି କରିଛନ୍ତି। ବନ୍ୟା ନିୟନ୍ତ୍ରଣ ପାଇଁ ତାମିଲନାଡୁକୁ ଗୋଟିଏ ଟଙ୍କା ବି ଆବଣ୍ଟନ କରାଯାଇ ନାହିଁ ବୋଲି ଶ୍ରୀ ମାରନ ଅଭିଯୋଗ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories