www.samajalive.in
Saturday, December 6, 2025
23.1 C
Bhubaneswar

ସପ୍ତାହେ ଘୁଞ୍ଚିଲା ଲାଲୁଙ୍କ ଜାମିନ ଆବେଦନ

ପାଟନା: ଗୋ ଖାଦ୍ୟ ଦୁର୍ନୀତିରେ ଜେଲଦଣ୍ଡ ଭୋଗୁଥିବା ବିହାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ସପ୍ତାହେ ଘୁଞ୍ଚିଛି। ରାଞ୍ôଚ ଉଚ୍ଚ ନ୍ୟାୟାଳୟ ଉକ୍ତ ମାମଲାର ଶୁଣାଣି କରି ରାୟ ସପ୍ତାହେ ପାଇଁ ସଂରକ୍ଷିତ ରଖିଛନ୍ତି। ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ବରିଷ୍ଠ ନେତା କପିଲ ସିବଲ ଓ ସିବିଆଇ ଓକିଲଙ୍କ ମଧ୍ୟରେ କୋର୍ଟରେ ଦୀର୍ଘ ଦେଢ ଘଣ୍ଟା ଯୁକ୍ତିତର୍କ ହେବା ପରେ କୋର୍ଟ ପକ୍ଷରୁ ରାୟ ସଂରକ୍ଷିତ ରଖାଯାଇଛି। ଲାଲୁଙ୍କ ଜାମିନକୁ ନେଇ ଆରଜେଡି ସମର୍ଥକ ବେଶ୍‍ ଆଶାବାଦୀ ଅଛନ୍ତି। ୨୦୧୭ରୁ ରାଞ୍ôଚ ଜେଲରେ ଥିବା ଲାଲୁଙ୍କୁ ପୂର୍ବରୁ ମଧ୍ୟ କୋର୍ଟ ଚିକିତ୍ସା ପାଇଁ ଜାମିନ ପ୍ରଦାନ କରିଥିଲେ। ୨୭ଅଗଷ୍ଟ ୨୦୧୮ରେ ରାଞ୍ôଚ ଉଚ୍ଚ ନ୍ୟାୟାଳୟ ଲାଲୁଙ୍କ ଜାମିନ ଖାରଜ କରି ୩୦ଅଗଷ୍ଟ ୨୦୧୮ ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଥିଲେ। ଲାଲୁଙ୍କ ନାମରେ ପ୍ରମାଣିତ ହୋଇଥିବା ଦୋଷ ପାଇଁ ତାଙ୍କୁ ଜେଲରେ ରହିବା ଉଚିତ ବୋଲି ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ସହ ତାଙ୍କ ଚିକିତ୍ସା ଜେଲ ମଧ୍ୟରେ ଥିବା ଡାକ୍ତରଖାନାରେ କରିବାକୁ ନିର୍ଦେଶ ଦେଇଥିଲେ। ଲାଲୁଙ୍କ ନାମରେ ପ୍ରମାଣିତ ହୋଇଥିବା ଏକାଧିକ ଅପରାଧ ମଧ୍ୟରୁ ଅଦ୍ୟାବଧି ଦୁମକା କୋଷାଗାର, ଚାଇବାସା କୋଷାଗାର ଓ ଦେବଘର କୋଷାଗାର ଦୁର୍ନୀତି ମାମଲାରେ ଅଦ୍ୟାବଧି ଜାମିନ ମିଳି ନାହିଁ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories