www.samajalive.in
Sunday, December 14, 2025
26.1 C
Bhubaneswar

ରାତି ଗୋଟାଏ ପରେ ଅଛି କି ଶୋଇବା ଅଭ୍ୟାସ? ଜାଣନ୍ତୁ..

ସାଧାରଣତଃ ଶୁଣିଥିବେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଶରୀର ପାଇଁ ଲାଭଦାୟକ । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହ ବିଭିନ୍ନ ରୋଗରୁ ମଧ୍ୟ ଦୂରେଇ ରହିଥାଏ । ମାତ୍ର ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ । ରାତିରେ ବିଳମ୍ବରେ ଶୋଇ ୮ ଘଣ୍ଟା ନିଦରେ ନଶୋଇଲେ ବିଭିନ୍ନ ରୋଗର କାରଣ ପାଲଟିଥାଏ । ଏହା କେବଳ ଶାରିରୀକ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ରାତି ଗୋଟାଏ ପରେ ଶୋଇ ଥାଆନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇଥାଏ । ଗବେଷକ ମାନେ ପ୍ରାୟ ୭୩,୮୮୮ ଲୋକଙ୍କ ତଥ୍ୟର ବିଶ୍ଲେଷଣ କରିଛନ୍ତି । ସେମାନଙ୍କ ନିଦର ଅଭ୍ୟାସ, କେତେ ସମୟ ଶୋଇ ଥାଆନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ କିପରି ଆଦି ତଥ୍ୟ ସଂଗ୍ରହ କରିଥିଲେ ।

- Advertisement -

ଗବେଷଣାର ଫଳାଫଳ ଆଶ୍ଚର୍ଯ୍ୟ ଜନକ । ଗବେଷକ ମାନେ କହିଛନ୍ତି, ରାତି ୧ଟା ପରେ ଶୋଇଲେ, ସେମାନଙ୍କ ନିକଟରେ ମାନସିକ ଦୁଃଶ୍ଚିନ୍ତା, ଶିରାପ୍ରଶିରା ଜନିତ ସମସ୍ୟା, ଅବସାଦ ଆଦି ସମସ୍ୟା ଅଧିକ ଦେଖାଦେଇଛି ।

ସୋମବାରରୁ ରବିବାର : ଚକଟା ଅଟାରେ ମିଶାନ୍ତୁ ବାସ୍‌ ଏହି ଜିନିଷ, କେମିତି ଚମକିବ ଭାଗ୍ୟ..

ଅଧ୍ୟୟନ ଅନୁଯାୟୀ, ଯେଉଁମାନେ ଶୀଘ୍ର ଉଠନ୍ତି, ମାତ୍ର ବିଳମ୍ବିତ ରାତିରେ ଶୁଅନ୍ତି, ସେମାନଙ୍କ ନିକଟରେ ରାତି ଗୋଟାଏ ପରେ ଶୋଉଥିବା ବ୍ୟକ୍ତି ବିଶେଷ ଭଳି ମାନସିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ବିଳମ୍ବରେ ଶୋଇବା ଅଭ୍ୟାସ ହିଁ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ଡାକ୍ତରଙ୍କ କହିବାନୁଯାୟୀ, ନିଦ ମସ୍ତିଷ୍କ ଓ ଶରୀର ପାଇଁ ଇନ୍ଧନ ଭଳି । ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଦ୍ୱାରା ନିଦ ଚକ୍ର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥାଏ । ଏହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ । ମାତ୍ର ଏଥିରେ ସମ୍ପୂର୍ଣ୍ଣ ସ୍ପଷ୍ଟତା ମିଳି ନାହିଁ । ଆହୁରି ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

କିଛି ଲୋକେ କହି ଥାଆନ୍ତି, ନିଦ ନ ଲାଗିବା କାରଣରୁ ରାତିରେ ବିଳମ୍ବରେ ଶୋଇ ଥାଆନ୍ତି । ଆପଣଙ୍କ ସହ ଏପରି ହେଉଥିଲେ, ପ୍ରତ୍ୟେକ ଦିନ ୭ ରୁ ୮ ମଧ୍ୟରେ ରାତ୍ରି ଭୋଜନ ଗ୍ରହଣ କରନ୍ତୁ । ସର୍ବଦା କମ୍‌ ତେଲ, ମସଲା ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରନ୍ତୁ । ଅପରାହ୍ଣ ୫ଟା ପରେ ଚା’,କଫି ଆଦି ସେବନ କରନ୍ତୁ ନାହିଁ । ଶୋଇବାର ୩୦ ମିନିଟ୍‌ କିମ୍ବା ୧ ଘଣ୍ଟା ପୂର୍ବରୁ ଫୋନ୍‌, ଅନ୍ୟାନ୍ୟ ଡିଭାଇସର ବ୍ୟବହାର କରନ୍ତୁ ନାହିଁ । ଏହା ବଦଳରେ ବହି ପଢିପାରିବେ । ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ ।

ଦେଖନ୍ତୁ ଭିଡିଓ ; ନିଜ ମାଷ୍ଟରଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲା ହାତୀ,କଲା ଏମିତି..

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories