www.samajalive.in
Monday, December 15, 2025
26.1 C
Bhubaneswar

ମହାକାଶରେ ଫସିଥିବା ସୁନୀତା ଓ୍ବିଲିୟମ୍ସଙ୍କୁ ନେଇ ଆସିଲା ଭଲ ଖବର, ଫେରିବା ନେଇ ବଡ଼ ସୂଚନା ଦେଲା ନାସା

ସମାଜ ଡିଜିଟାଲ ଡେସ୍କ: ନାସାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରୀ ୱିଲମୋର ପ୍ରାୟ ଦେଢ ମାସ ଧରି ମହାକାଶରେ ଅଟକି ରହିଛନ୍ତି। ବୋଇଙ୍ଗ୍‌ ଷ୍ଟାରଲାଇନରରେ ତ୍ରୁଟି ଯୋଗୁ ଉଭୟ ମହାକାଶଚାରୀ ଏପର୍ଯ୍ୟନ୍ତ ଫେରିପାରି ନାହାନ୍ତି। ତେବେ ଇତି ମଧ୍ୟରେ ମହାକାଶଚାରୀଙ୍କୁ ଏକ ଭଲ ଖବର ଆସିଛି। ନାସା ଏବଂ ବୋଇଙ୍ଗ୍ ଇଞ୍ଜିନିୟରମାନେ ଷ୍ଟାରଲିନର୍ ମହାକଶଯାନର ଥ୍ରଷ୍ଟର ପରୀକ୍ଷଣ କାର୍ଯ୍ୟ ଶେଷ କରିଛନ୍ତି। ମହାକାଶଯାନର ଫେରିବା ଯୋଜନା ପ୍ରସ୍ତୁତ କରିବାକୁ ନାସା ଏବଂ ବୋଇଙ୍ଗ୍ ଏହି ପରୀକ୍ଷଣକୁ ଅପେକ୍ଷା କରିଥିଲେ।

ଗତ ସପ୍ତାହ ଶେଷରେ ପ୍ରକାଶିତ ଏକ ଅପଡେଟ୍‌ରେ ଦର୍ଶାଯାଇଛି ଯେ, ନ୍ୟୁ ମେକ୍ସିକୋରେ ହ୍ବାଇଟ୍‌ ସ୍ୟାଣ୍ଡ୍ସ ଟେଷ୍ଟ ଫାସିଲିଟିରେ ଷ୍ଟାରଲାଇନର୍ ରିଆକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍ ଥ୍ରଷ୍ଟରର ମୂଳ ପରୀକ୍ଷଣ ଶେଷ ହୋଇଛି। ଏବେ ତଥ୍ୟ ସମୀକ୍ଷା ଉପରେ ଟିମ୍‌ର ଧ୍ୟାନ ରହିଛି। ମହାକାଶଯାନ ସୁନୀତା ୱିଲିୟମ୍ସ ଏବଂ ବ୍ୟାରୀ ୱିଲମୋରଙ୍କୁ ଜୁନ୍ ୫ରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ଆଇଏସ୍ଏସ୍)କୁ ନେଇଥିଲା। ମହାକାଶଚାରୀଙ୍କ ଏହି ମିଶନ୍ କେବଳ ଆଠ ଦିନ ପାଇଁ ଥିଲା। ବୋଇଙ୍ଗ୍ ଷ୍ଟାରଲାଇନରର ଏହା ପ୍ରଥମ ଉଡ଼ାଣ ଥିଲା।

- Advertisement -

ଜୁନ୍ ୫ରେ ସୁନୀତା ୱିଲିୟମ୍ସ ଏବଂ ବ୍ୟାରୀ ୱିଲମୋର ଷ୍ଟାରଲାଇନର ମହାକାଶଯାନରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାଇଥିଲେ। ସେଠାରେ ଏକ ସପ୍ତାହ ରହି କାର୍ଯ୍ୟ ସମାପ୍ତ କରିବା ପରେ ଫେରିବାର ଥିଲା, କିନ୍ତୁ ମହାକାଶଯାନରେ ହିଲିୟମ୍ ଲିକ୍ ଏବଂ ଥ୍ରଷ୍ଟରରେ ତ୍ରୁଟି ଯୋଗୁଁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ସ୍ଥଗିତ ରଖାଯାଇଥିଲା। ଇଞ୍ଜିନିୟରମାନେ ମହାକାଶଯାନର ତ୍ରୁଟି ସୁଧାରିବା ଏବଂ ଏହାକୁ ଫେରିବା ପାଇଁ ପ୍ରସ୍ତୁତ କରିବାରେ ଲାଗିଥିଲେ। ସର୍ବଶେଷ ସୂଚନାରେ କୁହାଯାଇଛି ଯେ, ଥ୍ରଷ୍ଟରରେ ଦେଖା ଦେଇଥିବା ତ୍ରୁଟିର ଯାଞ୍ଚ କରିବାର ଥିଲା, ଯଦ୍ଵାରା ଟିମ୍‌ ଏହା ବୁଝିପାରିବ ଯେ ଉଡ଼ାଣ ସମୟରେ କିଛି ଥ୍ରଷ୍ଟର କାହିଁକି କାମ କରିବା ବନ୍ଦ କରିଦେଇଥିଲା। ନାସା ଓ ବୋଇଙ୍ଗ୍‌ ପକ୍ଷରୁ କୁହାଯାଇଛି ଯେ, ଚଳିତ ମାସ ଶେଷ ଆଡ଼କୁ ମହାକାଶଯାନ ଫେରିବାକୁ ଉଡ଼ାଣ ଭରିପାରେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories