୫୦ ହଜାର ଲାଞ୍ଚ ନେଇ ଫସିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ବୁଧବାର ଫସିଛନ୍ତି ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ କୁମାର ପାଢୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ନିଜ କାର୍ଯ୍ୟାଳୟରେ ଥିବା ସହ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବିଲ୍‌ ପାସ୍‌ କରିବା ପାଇଁ ଏହି ଅର୍ଥ ନେଉଥିଲେ । ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଘଟଣାର ତଦନ୍ତ ଜାରି ରହିଛି।

୩ ଘଣ୍ଟାରେ ୭ ଜିଲାରେ ପ୍ରବଳ ବର୍ଷିବ..

Comments are closed.