www.samajalive.in
Sunday, December 14, 2025
16.1 C
Bhubaneswar

କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ଉପେକ୍ଷା- କଂଗ୍ରେସ ନେତା

ପାଟଣା: କେନ୍ଦ୍ରର କ୍ଷମତାସିନ ବିଜେପି ସରକାର କ୍ଷମତା ବଞ୍ଚାଇବା ପାଇଁ ବିହାର ଓ ଆନ୍ଧ୍ରପ୍ରଦେଶକୁ ଗୁରୁତ୍ଵ ଦେଇ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅଣଦେଖା ଓ ଉପେକ୍ଷା କରିଛନ୍ତି। ପୋଲାଭରମ ଭଳି ପ୍ରକଳ୍ପକୁ ଗୁରୁତ୍ଵ ଦେଇ ଓଡ଼ିଶାକୁ ବୁଡ଼େଇବାର ଯେଉଁ ମସୁଧା କରାଯାଇଛି ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ। ଯାହାକି ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି। ବିନା ଜନଗଣନାରେ ଏହା ହେଉଛି ପଞ୍ଚମ ପୂର୍ଣ୍ଣ କାଳୀନ ବଜେଟ୍। ବିନା ଜନଗଣନା ଓ ବିନା ତଥ୍ୟରେ ସ୍ବାଧୀନ ଭାରତରେ ଏହା ବିରଳ ବଜେଟ୍। ଯାହାକି ଗଣତନ୍ତ୍ର ଏବଂ ସମ୍ବିଧାନ ବିରୋଧୀ ଅଟେ। ଜନଗଣନା କରିବାକୁ ନେଇ ଏ ବଜେଟରେ ସରକାରଙ୍କ କୌଣସି ସ୍ପଷ୍ଟତା ନାହିଁ। କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜନକଲ୍ୟାଣ ଏବଂ ଆଦିବାସୀଙ୍କ କ୍ଷେତ୍ରରେ ପୂର୍ବ ଅପେକ୍ଷା ବଜେଟରେ କମ୍ ଖର୍ଚ୍ଚ ପ୍ରଦାନ କରାଯାଇଛି। ଯାହାକି ବିକାଶ ଓ ରୋଜଗାର କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମଙ୍ଗଳବାର ସଂସଦରେ ବଜେଟ ଉପସ୍ଥାପନ ପରେ ଏଭଳି କହିଛନ୍ତି କେନ୍ଦୁଝରର କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ ।

ସେ ଆରହୁରି ମଧ୍ୟ କହିଛନ୍ତି ଯେ ଦିନକୁ ଦିନ ରେଳ ଦୁର୍ଘଟଣା ବୃଦ୍ଧି, ଟ୍ରେନ ବନ୍ଦ, କୋଚ ସଂଖ୍ୟା ହ୍ରାସ ହୋଇ ଚାଲିଥିବା ବେଳେ ବଜେଟ୍ ରେ ରେଲବାଇ ଉପରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ, ଯାହାକି ସାଧାରଣ ଲୋକଙ୍କୁ ଅନେକ ପ୍ରକାର ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବ। ଦଳିତ, ଆଦିବାସୀ, ମହିଳା, ଅଳ୍ପ ସଂଖ୍ୟକ, ମଧ୍ୟମବର୍ଗ ଏବଂ ଗ୍ରାମୀଣ ଗରୀବ ଲୋକଙ୍କ ପାଇଁ କୌଣସି ପ୍ରକାର କ୍ରାନ୍ତିକାରୀ ଯୋଜନା ଏ ବଜେଟରେ ନାହିଁ। ଆର୍ଥିକ କ୍ଷମତା ବୃଦ୍ଧି କିମ୍ବା ନିଯୁକ୍ତି ଓ ରୋଜଗାର କ୍ଷେତ୍ରରେ ମହିଳା, ଯୁବକ, ଛାତ୍ରମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। କୃଷକମାନଙ୍କୁ ଦେଢ଼ ଗୁଣା ସର୍ବ ନିମ୍ନ ମୂଲ୍ୟ ପ୍ରଦାନ ଏବଂ ଆୟ ଦ୍ଵିଗୁଣିତ କରାଯିବା ପାଇଁ ବଜେଟ୍ ରେ କୌଣସି ବ୍ୟବସ୍ଥା ନଥିବାବେଳେ କେବଳ ଏହା ଏକ ନିର୍ବାଚନୀ ଗପରେ ସୀମିତ ହୋଇ ରହିଗଲା । ଦରଦାମ ବୃଦ୍ଧିରେ ସାଧାରଣ ଲୋକ ଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ଲୋକଙ୍କ ଝାଳ ବୁହା ଧନକୁ ଲୁଟ କରି ଏ ସରକାର ପୁଞ୍ଜିପତି ମିତ୍ରଙ୍କ ମଧ୍ୟରେ ବାଣ୍ଟିବାର ସୁନ୍ଦର ବ୍ୟବସ୍ଥା କରିଛନ୍ତି। ବର୍ଷକୁ ୨ କୋଟି ରୋଜଗାରର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର ୧୦ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ଯୁବକ ଓ ଛାତ୍ରମାନଙ୍କୁ ରୋଜଗାର ପାଇଁ କୌଣସି ବ୍ୟବସ୍ଥା କରିନାହାଁନ୍ତି ବୋଲି କଂଗ୍ରେସର କେନ୍ଦୁଝରର ନେତା ପୂର୍ବତନ ଲୋକସଭା ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ କହିଛନ୍ତି।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories