www.samajalive.in
Saturday, December 13, 2025
26.1 C
Bhubaneswar

୬ଟି ଭାରତୀୟ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା

ଡେସ୍କ: କେନ୍ଦ୍ର ସଂସସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌‌ କହିଛନ୍ତି, ୬ଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଶେଖାୱତ୍‌‌ କହିଛନ୍ତି, ତାମିଲ୍‌‌, ସଂସ୍କୃତ, କନ୍ନଡ, ତେଲୁଗୁ, ମାଲାୟଲମ୍‌‌ ଏବଂ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। କେନ୍ଦ୍ର ସରକାର ଏହିସବୁ ଭାଷା ଗୁଡ଼ିକର ବିକାଶ ସମେତ ସମସ୍ତ ଭାରତୀୟ ଭାଷାର ଉନ୍ନତି ଲାଗି କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ଜାତୀୟ ଶିକ୍ଷାନୀତି ୨୦୨୦ରେ ସମସ୍ତ ଭାରତୀୟ ଭାଷାର ଯଥେଷ୍ଟ ବିକାଶ ଲାଗି ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ସମସ୍ତ ଭାଷା ସମେତ କନ୍ନଡ଼, ତେଲୁଗୁ, ମାଲାୟଲମ୍‌‌ ଏବଂ ଓଡ଼ିଆ ଭାଷାର ବିକାଶ ଲାଗି ନିରନ୍ତର କାର୍ଯ୍ୟ କରୁଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସଂସ୍କୃତ ଭାଷାର ଅଧିକରୁ ଅଧିକ ବ୍ୟବହାର ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories