www.samajalive.in
Saturday, December 6, 2025
14.1 C
Bhubaneswar

ରଖେ ହରି ମାରେ କିଏ?

ମୁମ୍ବଇ: ରଖେ ହରି ମାରେ କିଏ? ଏହି ଆପ୍ତ ବାକ୍ୟର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇରେ। ସେଠାକାର ଗୋବାଣ୍ଡି ସ୍ଥିତ ଏକ ଚାରିମହଲା କୋଠାରୁ ଜଣେ ୧୪ ମାସର ଶିଶୁ ଖସି ପଡ଼ିବା ସତ୍ତ୍ବେ ବଞ୍ଚି ଯାଇଛି।
ସୂଚନା ଅନୁଯାୟୀ, ଅଥର୍ବ ନାମକ ଶିଶୁର ପରିବାର ଗୋବାଣ୍ଡି ସ୍ଥିତ ଗୋପି କ୍ରିଷ୍ଣନ୍‍ ଆପାର୍ଟମେଣ୍ଟରେ ରହୁଥିଲେ। ପିତାମାତାଙ୍କ ଅସାବଧାନତାବଶତଃ ଚତୁର୍ଥ ମହଲାରେ ଥିବା ଫ୍ଲାଟର ଝରକା ଖୋଲା ରହିଥିଲା। ଅଥର୍ବ ଖେଳୁଥିବାବେଳେ ଝରକା ବାଟେ ଚାରମହଲା ଛାତରୁ ଖସି ପଡ଼ିଥିଲା। ଘଟଣା ପରେ ଅଥର୍ବର ଜେଜେମା’ଙ୍କ ଚିତ୍କାର ଶୁଣି ପିତାମାତା ତଳକୁ ଧାଇଁଥିଲେ। କିନ୍ତୁ ତଳେ ପଡ଼ିବା ପୂର୍ବରୁ କୋଠା ନିକଟରେ ଥିବା ଏକ ଗଛର ଡାଳରେ ଅଥର୍ବ ଲଟକି ରହିଥିଲା। ଗଛ ଡାଳ ଶିଶୁକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇ ପାରିନଥିଲେ ହେଁ ଅଥର୍ବ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଥିଲା। ଅଥର୍ବର ଅଣ୍ଟା, ପାଦ ଓ ଯକୃତରେ ଆଘାତ ଲାଗିଛି। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories