www.samajalive.in
Sunday, December 14, 2025
16.1 C
Bhubaneswar

ବଜେଟରେ ଆୟକରଦାତାଙ୍କୁ ବଡ ଆଶ୍ୱସ୍ତି: ଜାଣନ୍ତୁ କିଏ ଦେବେ କେତେ ଟ୍ୟାକ୍ସ

ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରୀୟ ବଜେଟରେ ଆୟକରଦାତାଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଆୟକର ସ୍ଲାବ । ବର୍ତ୍ତମାନ ଷ୍ଟାଣ୍ଟାର୍ଡ ଡିଡକସନ୍‍ ସୀମାକୁ ୫୦ହଜାରରୁ ୭୫ହଜାରକୁ ବୃଦ୍ଧି କରିଥିବା ବେଳେ ବ୍ୟକ୍ତିଗତ ଆୟକର ସୀମା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ନୂଆ ବ୍ୟବସ୍ଥା ଅନୁସାରେ ୩ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ରହିଛି । ଅର୍ଥାତ ୩ଲକ୍ଷ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ସେହିପରି ୩ଲକ୍ଷରୁ ୭ଲକ୍ଷ ପର୍ଯ୍ୟନ୍ତ ଆୟରେ ୫ପ୍ରତିଶତ, ୭ଲକ୍ଷରୁ ୧୦ଲକ୍ଷ ଆୟରେ ୧୦ ପ୍ରତିଶତ, ୧୦ଲକ୍ଷରୁ ୧୨ ଲକ୍ଷ ଆୟରେ ୧୫ ପ୍ରତିଶତ, ୧୨ଲକ୍ଷରୁ ୧୫ଲକ୍ଷ ଆୟ ପର୍ଯ୍ୟନ୍ତ ୨୦ ପ୍ରତିଶତ, ଏବଂ ୧୫ଲକ୍ଷରୁ ଅଧିକ ଆୟ ଉପରେ ୩୦ପ୍ରତିଶତ ଟିକସ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories