ଆଖିର ଏହି ସଙ୍କେତ ଜଣାଏ ମଧୁମେହର ଲକ୍ଷଣ..

ବର୍ତ୍ତମାନ ସମୟରେ ମଧୁମେହ ଓ ଉଚ୍ଚ ରକ୍ତଚାପ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମଧୁମେହ ଶରୀରର ଅଙ୍ଗ ଉପରେ ଅନେକ ପ୍ରଭାବ ପକାଇଥାଏ । ଯେଉଁଥିରେ ଆଖି ମଧ୍ୟ ସାମିଲ ରହିଛି । ମଧୁମେହ କାରଣରୁ ଆଖିରେ ଅନେକ ପରିବର୍ତ୍ତନ ଦେଖା ଦେଇଥାଏ । ଆଖିରୁ ମିଳୁଥିବା ଏହି ୬ଟି ସଙ୍କେତକୁ ଅଣଦେଖା କରନ୍ତୁ ନାହିଁ।

ମଧୁମେହ କାରଣରୁ ଆଖି ମାଂସାପଶୀ ଓ ଶିରା ଉପରେ କୁପ୍ରଭାବ ପଡିଥାଏ । ଯାଦ୍ୱାରା ଆଖିକୁ ପରିଷ୍କାର ଦେଖା ନଯିବା କିମ୍ବା ଝାପସା ଦେଖାଯାଇଥାଏ । ଅନେକ ସମୟରେ ଏହା ଅସ୍ଥାୟୀ ହୋଇଥିବା ବେଳେ କେତେକ ସମୟରେ ସ୍ଥାୟୀ ମଧ୍ୟ ହୋଇଥାଏ ।
ହଠାତ୍‌ ଆଖିରେ ଯନ୍ତ୍ରଣା ହେବା, ଏହି ଯନ୍ତ୍ରଣା ଲାଗି ରହିବା, ଏହା ଆଖି ପାଇଁ କ୍ଷତିକାରକ ହୋଇଥାଏ।

ଆଖିରେ କଳା ଦାଗ ସୃଷ୍ଟି ହେଉଥିଲେ ମଧ୍ୟ ଏହାକୁ ଅଣଦେଖା କରନ୍ତୁ ନାହିଁ ।
କିଛି ସମୟ ଆଲୋକକୁ ଦେଖିବା ମାତ୍ରେ ଆଖିରେ ଅତ୍ୟନ୍ତ ଯନ୍ତ୍ରଣା ଅନୁଭବ ହେବା ।

ଶ୍ରାବଣ ମାସ: ରାଶି ଅନୁଯାୟୀ ଅର୍ପଣ କରନ୍ତୁ ବାସ୍‌ ଏହି ଜିନିଷ, ଚମକିବ ଭାଗ୍ୟ..

ମଧୁମେହ ହେବା କାରଣରୁ ରଙ୍ଗକୁ ଦେଖିବାର କ୍ଷମତା ହ୍ରାସ ପାଇଥାଏ । ଯେଉଁଥିରେ ରଙ୍ଗ ଫିକା ଦେଖାଯାଇଥାଏ ।
ମଧୁମେହ ଆଖିକୁ ଶୁଷ୍କ କରିବା ସହ ଅଧିକାଂଶ ସମୟ କୁଣ୍ଡାଇ ହେବା ଭଳି ଅନୁଭବ ହୋଇଥାଏ ।

ମଧୁମେହ କାରଣରୁ ଆଖି ମାଂସପେଶୀକୁ ଅଧିକ କାମ କରିବାକୁ ପଡିଥାଏ । ଫଳରେ ଆଖିରେ ଅଧିକ ଥକ୍କାପଣ ଓ ମୁଣ୍ଡ ବିନ୍ଧା ସମସ୍ୟା ଲାଗି ରହିଥାଏ ।
ଏସବୁ ମଧ୍ୟରୁ ଯେକୌଣସି ଗୋଟିଏ ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ମଧୁମେହକୁ ନିୟନ୍ତ୍ରଣରେ ରଖିବା ପାଇଁ ନିୟମିତ ଆଖି ପରୀକ୍ଷା କରାନ୍ତୁ ।

ଦେଖନ୍ତୁ ଭିଡିଓ ; ଦାନ୍ତରେ ଉଠାଉଛନ୍ତି ୫୦ କେଜି ସିମେଣ୍ଟ ବସ୍ତା..

Comments are closed.