www.samajalive.in
Saturday, December 6, 2025
17.1 C
Bhubaneswar

ରୋହିତ, ବିରାଟ ୨୦୨୭ ବିଶ୍ୱକପ ଖେଳିପାରିବେ; ଗମ୍ଭୀର କହିଲେ ଯଦି . . .

ସମାଜ ଡିଜିଟାଲ ଡେସ୍କ: ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଟି-୨୦ ସିରିଜ ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳ । ଶ୍ରୀଲଙ୍କା ଗସ୍ତ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସିରିଜରୁ ଟିମ୍‍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ତାଙ୍କ କାର୍ଯ୍ୟକାଳ ଆରମ୍ଭ କରିବେ । ଶ୍ରୀଲଙ୍କା ଗସ୍ତ ପୂର୍ବରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଗମ୍ଭୀର ଏକ ବଡ ଖୁଲାସା କରିଛନ୍ତି । ଗମ୍ଭୀର କହିଛନ୍ତି ସେ ଟି-୨୦ ହେଉ କି ୫୦ ଓଭର ବିଶ୍ୱକପ । ଉଭୟ ରୋହିତ ଏବଂ ବିରାଟ ୨୦୨୭ ବିଶ୍ୱକପ ଖେଳିପାରିବେ । ଯଦି ସେମାନେ ନିଜର ଫିଟନେସ୍‍ ବଜାୟ ରଖିପାରିବେ ତେବେ ୨୦୨୭ ବିଶ୍ୱକପ ଖେଳିପାରିବେ । ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ପାଇଁ ସେମାନେ ଖେଳିବେ । ଟି-୨୦ରୁ ବିରାଟ, ରୋହିତ ଏବଂ ଜାଡେଜା ଅବସର ନେବା ସମ୍ପର୍କରେ ଗମ୍ଭୀର କହିଛନ୍ତି ଏହା ଏକ ବ୍ୟକ୍ତିଗତ ନିଷ୍ପତି । ସେମାନେ ଅବସର ନେବା ପରେ ଆମେ ଟି-୨୦ରେ ପରିବର୍ତ୍ତନ ଆଣିବାକୁ ଯାଉଛୁ । ବିରାଟ ଏବଂ ରୋହିତଙ୍କ ଭିତରେ କେତେ କ୍ରିକେଟ୍‍ ବାକି ଅଛି ମୁଁ କହିପାରିବି ନାହିଁ । ବିରାଟ, ରୋହିତ କଣ କରିଛନ୍ତି ତାହା କହିବା ମୁସ୍କିଲ ହେବ । କାରଣ ସେମାନେ ବିଶ୍ୱସ୍ତରର ଖେଳାଳି । ଉଭୟଙ୍କ ଭିତରେ ଏବେ ଅନେକ କ୍ରିକେଟ ବାକି ଅଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories