www.samajalive.in
Saturday, December 6, 2025
17.1 C
Bhubaneswar

ଆମେରିକା ଇତିହାସରେ ସବୁଠୁ ଖରାପ ରାଷ୍ଟ୍ରପତି ବାଇଡେନ- ଡୋନାଲ୍ଡ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ରାଷ୍ଟ୍ରପତି ନିର୍ବାଚନ ପଦରୁ ଜୋ ବାଇଡେନ ଓହରିବା ପରେ ତାଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ଆମେରିକା ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି ହେଉଛନ୍ତି ଜୋ ବାଇଡେନ । ରାଷ୍ଟ୍ରପତି ପଦ ପାଇଁ ବାଇଡେନ ଯୋଗ୍ୟ ନଥିଲେ । ମିଛ ଓ ମିଥ୍ୟା ଖବର ଆଧାରରେ ସେ ରାଷ୍ଟ୍ରପତି ପଦ ପାଇଥିଲେ । ତାଙ୍କ ପାଖ ଲୋକ ମଧ୍ୟ ଜାଣନ୍ତି ସେ ରାଷ୍ଟ୍ରପତି ପଦ ପାଇଁ ଫିଟ୍‍ ନୁହଁନ୍ତି । ଦେଶର ସ୍ଥିତିକୁ କେଉଁ ସ୍ତରରେ ପହଞ୍ଚାଇଛନ୍ତି ତାହା ଆପଣ ଭଲ ଭାବରେ ଜାଣିଥିବେ। ଚାରିଆଡେ ସୀମା ଖୋଲା ଯାଇଥିବାରୁ ସମସ୍ତେ ଦେଶ ଭିତରକୁ ପଶୁଛନ୍ତି ବୋଲି କହିଲେ ଟ୍ରମ୍ପ । ସେପଟେ କମଳା ହାରିସଙ୍କୁ ପରାସ୍ତ କରିବା ତାଙ୍କ ପାଇଁ ସହଜ କାର୍ଯ୍ୟ ବୋଲି ଟ୍ରମ୍ପ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି । ଜୋ ବାଇଡେନ ରାଷ୍ଟ୍ରପତି ଦୌଡରୁ ଓହରିବା ପରେ କମଳା ହାରିସଙ୍କ ନାମକୁ ସୁପାରିସ କରିଛନ୍ତି । ଏହାପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କମଳାଙ୍କୁ ପରାସ୍ତ କରିବା ସହଜ ହେବ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories