www.samajalive.in
Saturday, December 13, 2025
26.1 C
Bhubaneswar

ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ; ଘାରିଲାଣି ଡେଙ୍ଗୁ, ମ୍ୟାଲେରିଆ ଭୟ

ହରଭଙ୍ଗା :ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ସରକାର ସ୍ୱଚ୍ଛତା ପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଗଠନ ମୂଳକ କାର୍ଯ୍ୟକ୍ରମ ଜରିଆରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ, ମାତ୍ର ବର୍ଷା ଦିନେ ହରଭଙ୍ଗା ବ୍ଲକରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ଲକ୍ଷ୍ୟକଲେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରେ ? ଏଭଳି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଅଂଚଳର ବର୍ତମାନ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଡେଙ୍ଗୁ , ମ୍ୟାଲେରିଆ ଭୟ ଘାରିଲାଣି। ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ପରିମଳ ବିଭାଗର ନିଦାବିଷ୍ଣୁ ପରୋକ୍ଷରେ ରୋଗକୁ ଆମନ୍ତ୍ରଣ କଲା ଭଳି ମନେ ହେଉଛି ।

୭୨ ବର୍ଷ ପରେ ଶ୍ରାବଣରେ ଦୁର୍ଲ୍ଲଭ ଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ ହିଁ ଧନ,ଚାକିରି..


ପ୍ରକାଶ ଯେ ସମ୍ପ୍ରତି ଗତ କିଛିଦିନ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ଜ୍ୱରର ପାର୍ଦୁଭାବ ଦେଖିବାକୁ ମିଳିଛି । ଏହାକୁ ଲକ୍ଷ୍ୟ ରଖି ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ଏ ଦିଗରେ ସର୍ତକ ରହିବାକୁ ନିର୍ଦ୍ଦେଶ ଦେବା ସହ ଡ୍ରେନେଜ ଗୁଡିକ ସଫାସୁତୁରା ସାଙ୍ଗକୁ ମେଡିକାଲ ଆସୁଥିବା ଜ୍ୱର ରୋଗୀଙ୍କ ରକ୍ତ ପରୀକ୍ଷା ସହ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗାଁ ପରିମଳ ଧୋବା ତୋଠରୁ ଭଳି ହରଭଙ୍ଗା ବ୍ଲକ ହେଡକ୍ୱାର୍ଟର ଚାରି ଛକରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଲକ୍ଷ୍ୟ କଲେ ଅନ୍ୟ ପଂଚାୟତ ଗୁଡିକର ସ୍ୱଚ୍ଛତା ପରିମାଣ କିଭଳି ରହିଥିବ ତାହା ବୁଝା ପଡି ଯାଉଛି। ବ୍ଲକ ହେଡକ୍ୱାର୍ଟର ଚାରିଛକରେ ବ୍ଲକ କାର୍ଯ୍ୟାଳୟ, ନ୍ୟାୟାଳୟ, ତହସିଲ ଅଫିସ, ଥାନା, ବ୍ୟାଙ୍କ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ରହିଛି। ଚାରି ଛକ ବଜାରର ଚର୍ତୁପାଶ୍ୱର୍ରେ ବିଭିନ୍ନ ଜଳଖିଆ ଦୋକାନ ସହିତ ଅନ୍ୟାନ୍ୟ ଦୋକାନ ରହିଛି। ମାତ୍ର ଦୋକାନ ଗୁଡିକରୁ ବାହାରୁଥିବା ଅଳିଆ ଆବର୍ଜ୍ଜନା ବୁହା ପାଇଁ ଅଳିଆବୁହା ଗାଡି ନଥିବାରୁ ସେଗୁଡିକ ଏଣେତେଣେ ଡ୍ରେନରେ ଫୋପାଡି ଦିଆଯାଉଛି। ଯାହା ଫଳରେ ଅଳିଆ ଆବର୍ଜ୍ଜନାରେ ଡ୍ରେନ ପୋତି ହୋଇ ପଡିବା ସହିତ ବର୍ଷାଦିନେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି।
ସେହିପରି ହରଭଙ୍ଗାରେ ମେଡିକାଲ ଠାରୁ ଆରମ୍ଭ କରି ଜୁନିୟର କଲେଜ, ଷ୍ଟେଟବ୍ୟାଙ୍କ, ଥାନା, ମେଡିକାଲ, ପଶୁ ଡାକ୍ତରଖାନା ଭଳି ଅନେକ ଗୁଡିଏ ସରକାରୀ କାର୍ଯ୍ୟାଳୟ ରହିଛି। ଏହା ସହିତ ପୁରୁଣାକଟକରେ ମଧ୍ୟ ଜୁନିୟର ମହାବିଦ୍ୟାଳୟ,ସରସ୍ୱତୀ ଶିଶୁ ମନ୍ଦିର, କ୍ଷୁଦ୍ରଜଳ ସେଚନ ବିଭାଗ କାର୍ଯ୍ୟାଳୟ, ମେଡିକାଲ, ପୂର୍ତ ବିଭାଗ ଅଫିସ, ରେଞ୍ଜ ଅଫିସ, ଡିଗ୍ରୀ କଲେଜ ଭଳି ଅନେକ ଦରକାରୀ ଅଫିସ ରହିଛି । ଫଳରେ ଏହି ସ୍ଥାନର ଗୁରୁତ୍ୱ ବେଶ ବୃଦ୍ଧି ପାଇଛି । ମାତ୍ର ବର୍ଷା ପୂର୍ବରୁ ବଜାର, ରାସ୍ତାଘାଟ, ଅଫିସ ସମ୍ମୁଖରେ ରହିଥିବା ଡ୍ରେନଗୁଡିକରୁ ଅଳିଆ, ଆବର୍ଜ୍ଜନା ସଫା କରାଯାଉନାହିଁ। ଫଳରେ ବର୍ଷା ସମୟରେ ଡ୍ରେନଗୁଡିକରେ ଜଳ ନିଷ୍କାସନରେ ସମସ୍ୟା ଉପୁଜିବା ସହିତ ପ୍ରତିବର୍ଷ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଡ୍ରେନର ଅଳିଆ, ଆବର୍ଜ୍ଜନା ପାଣି ଜମା ହୋଇ ରହିବା ସାଙ୍ଗକୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏଭଳି ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଡ୍ରେନେଜଗୁଡିକ ଯୁଦ୍ଧକାଳୀନ ଭିତିରେ ସଫା କରିବା ସହିତ ଅଳିଆ ଆବର୍ଜ୍ଜନା ଗୁଡିକୁ ଡମ୍ପିଂୟାର୍ଡକୁ ସ୍ଥାନାନ୍ତରିତ କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ସାଧାରଣରେ ଦାବୀ ଉଠୁଛି । ଏ ଦିଗରେ ହରଭଙ୍ଗା ବିଡିଓ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ଉଠୁଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories