www.samajalive.in
Sunday, December 14, 2025
14.1 C
Bhubaneswar

ଶୁଣ୍ଢି ସମାଜର ପ୍ରଥମ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ଶୁଣ୍ଢି ସମାଜର ପ୍ରଥମ ଜିଲ୍ଲାସ୍ତରୀୟ ସମ୍ମିଳନୀ ଘଟଗାଁ ମା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କେନ୍ଦୁଝର ଜିଲ୍ଲାରେ ଥିବା କୋଣ ଅନୁକୋଣରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ। ସମ୍ମିଳନୀରେ ଜିଲ୍ଲା ସଭାପତି କୁଳମଣି ମଣ୍ଡଳ ସଭାପତିତ୍ୱ କରିଥିଲେ। ନିଖିଳ ଉତ୍କଳ ଶୁଣ୍ଢି ସମାଜର ରାଜ୍ୟସ୍ତରୀୟ ନେତୃବୃନ୍ଦ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ନିଖିଳ ଉତ୍କଳ ଶୁଣ୍ଢି ସମାଜ ରାଜ୍ୟ ସଭାପତି ବିକ୍ରମ କିଶୋର ସାହୁ, ମୁଖ୍ୟ ବକ୍ତା ଭାବେ ସାଧାରଣ ସମ୍ପାଦକ ଉଦୟନାଥ ସାହୁ, ସମ୍ମାନନୀୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ପୃଷ୍ଠପୋଷକ ପ୍ରତାପ ଚନ୍ଦ୍ର ବେହେରା, ପୃଷ୍ଠପୋଷକ ଗୋବିନ୍ଦ ଚନ୍ଦ୍ର ସାହୁ, ରାଜ୍ୟ ମୁଖ୍ୟ ଉପଦେଷ୍ଟା କୋଦଣ୍ଡ ଚୌଧୁରୀ, ଉପଦେଷ୍ଟା ପ୍ରଭାକର ସାହୁ, ରାଜ୍ୟ ଶୁଣ୍ଢି ସମାଜ ଯୁବସାମୁଖ୍ୟ ସଭାପତି ମଙ୍ଗରାଜ ସାହୁ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଭରତ ମଣ୍ଡଳ ସମ୍ମିଳନୀ ରେ ଉପସ୍ଥିତ ଥିଲେ। ଅତିଥି ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ସଦସ୍ୟଙ୍କୁ ଉଦବୋଧନ ଦେଇ ଜାତି ସମାଜ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories