ଗୁରୁ ପୂଜନ ଅବସରରେ ଗ୍ରନ୍ଥମାଳା ଉନ୍ମୋଚିତ
କଳାପଥର (ବାଙ୍କୀ): ବାଙ୍କୀର ବିଶିଷ୍ଟ କବି କବିକେଶରୀ ନବକିଶୋର ମହାରଣାଙ୍କ ଦ୍ୱାରା ରଚିତ “କବିକେଶରୀ ଗ୍ରନ୍ଥମାଳା” ଆଜି ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ନିକଟସ୍ଥ ଜଙ୍ଗଲ ଭିୟୁ ସଭାଗୃହ ଠାରେ ଅୟୋଜିତ କାର୍ଯ୍ୟକ୍ରମକୁ ଧାରା ଶ୍ରୀଧାରା ଟ୍ରଷ୍ଟ୍ ଭୁବନେଶ୍ୱର ଓ କବିକେଶରୀ ମହାରଣା ଟ୍ରଷ୍ଟ ବାଙ୍କୀର ମିଳିତ ଆୟୋଜନରେ ପୁସ୍ତକ ଉନ୍ମୋଚନ ସହ ଓଡିଶାର ବିଶିଷ୍ଟ କବିମାନଙ୍କୁ ବାଙ୍କର ବରପୁତ୍ର ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ଆୟୋଜିତ ସଭାରେ ରାଜେନ୍ଦ୍ର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବେ ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଯୋଗଦାନ କରି କବି ନବକିଶୋର ମହାରଣାଙ୍କ ପୁସ୍ତକ ଉପରେ ଆଲୋଚନା କରିବା ସହିତ ଶବ୍ଦ ସଂଯୋଜନାରୁ ଧ୍ୱନୀ ଓ ଭାଷା ପ୍ରକାଶ ପାଇଥାଏ ବୋଲି କହିଥିଲେ। ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ତଥା ପୂର୍ବତନ ପୋଲିସ୍ ବିଭାଗ ଆଇ.ଜି ସାରଙ୍ଗଧର ରାୟଗୁରୁ ଯୋଗଦାନ କରି ବାଙ୍କୀର ଇତିହାସ ସଂପର୍କରେ ବହୁ ତଥ୍ୟ ପର୍ଯ୍ୟାଲୋଚନା କରିବା ସହିତ କବିକେଶରୀଙ୍କ ଗନ୍ଥାବଳୀରେ ବାଙ୍କୀର ରୂପକଳ୍ପ ବର୍ଣ୍ଣନା ହୋଇଥିବା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ, କବିକୌଶିକ ନାୟକ, ପୂର୍ବତନ ଚିତ୍ରକଳା ଅଧ୍ୟାପକ ଶୁକଦେବ ମହାରଣା ପ୍ରମୁଖ ଯୋଗଦାନ କରି ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଫେସର ବୈଷ୍ଣବ କୁମାର ସାମଲ, ସାରଙ୍ଗଧର ରାୟଗୁରୁ, ବ୍ରହ୍ମାନନ୍ଦ ମହାନ୍ତି, ବୈକୁଣ୍ଠନାଥ ବେହେରା, ଅମରେନ୍ଦ୍ର ମହାପାତ୍ର, ଆପ୍ତକ୍ ମିଶ୍ର, ନକୁଳଚନ୍ଦ୍ର ସାହୁ, ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କୁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
Comments are closed.