ୟୁପିଏସସି ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା
ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନି। ସେ ତାଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁ ସେ ପଦରୁ ଇସ୍ତଫା ଦେଇଥିବା ପତ୍ରରେ ଦର୍ଶାଇଛନ୍ତି।
ଆସନ୍ତା ୨୦୨୯ ମସିହାରେ ମନୋଜ ସୋନିଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ତେବେ ଏହାର ୫ ବର୍ଷ ପୂର୍ବରୁ ସେ ଇସ୍ତଫା ଦେବାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ପ୍ରାୟ ୨ ସପ୍ତାହ ତଳେ ସେ ଇସ୍ତଫା ପତ୍ର ପଠାଇଥିବାବେଳେ ଏବେ ଲୋକଲୋଚନକୁ ଆସିଛି।
Comments are closed.